ନୂଆଦିଲ୍ଲୀ,ଏଜେନ୍ସି: ଭାରତୀୟ ଫୁଟବଲ ଦଳର କୋଚ୍ ଇଗୋର ଷ୍ଟିମାକଙ୍କ କାର୍ଯ୍ୟକାଳକୁ ସେପ୍ଟେମ୍ବର ୨୦୨୧ ଯାଏଁ ବୃଦ୍ଧି କରାଯାଇଛି। ଶୁକ୍ରବାର ଅଲ ଇଣ୍ଡିଆ ଫୁଟବଲ ଫେଡେରେସନ୍ (ଏଆଇଏଫ୍ଏଫ୍) ପକ୍ଷରୁ ଏ ସମ୍ପର୍କରେ ଘୋଷଣା କରାଯାଇଛି। ଏଆଇଏଫ୍ଏଫ୍ର ବୈଷୟିକ କମିଟି ପକ୍ଷରୁ ସର୍ବସମ୍ମତି କ୍ରମେ ଷ୍ଟିମାକଙ୍କ କାର୍ଯ୍ୟକାଳ ବୃଦ୍ଧିର ନିଷ୍ପତ୍ତି ନିଆଯାଇଛି। ସେପ୍ଟେମ୍ବରରେ ଆଉ ଏକ ବୈଠକ ପରେ ପରବର୍ତ୍ତୀ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଏଆଇଏଫଏଫ ପକ୍ଷରୁ ପ୍ରକାଶ ପାଇଛି।
କ୍ରୋଏସିଆର ପୂର୍ବତନ ଖେଳାଳି ଷ୍ଟିମାକଙ୍କ କାର୍ଯ୍ୟକାଳ ଚଳିତ ମେ ୧୫ରେ ଶେଷ ହେଉଥିଲା। ତେବେ ସେ ବର୍ତ୍ତମାନ ଭାରତୀୟ ଦଳ ସହିତ ଦୋହାରେ ରହିଛନ୍ତି। ୨୦୨୨ ଫିଫା ବିଶ୍ୱକପ୍ ଏବଂ ୨୦୨୩ ଏସିଆନ୍ ଏଏଫ୍ସି ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ ପାଇଁ ଭାରତୀୟ ଦଳ ସହିତ ରହିଛନ୍ତି ଷ୍ଟିମାକ୍। ଏହା ସହିତ ସାଭିଓ ମେଡେରିଆ ଏଆଇଏଫ୍ଏଫ୍ର ଅନ୍ତରୀଣ ବୈଷୟିକ ନିର୍ଦ୍ଦେଶକ ଭାବରେ ଦାୟିତ୍ୱ ଗ୍ରହଣ କରିବେ।