ରାଜ୍ୟରେ ସୁସ୍ଥ ହେଲେ ଆଉ ୧୧,୯୫୪ କରୋନା ରୋଗୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ରାଜ୍ୟରେ ଆଜି ଆଉ ୧୧ ହଜାର ୯୫୪ ଜଣ କୋଭିଡ ରୋଗୀ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୩୩୮ ଜଣ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୯୯୪ ଜଣ, କଟକରୁ ୮୩୧ ଜଣ, ଅନୁଗୁଳରୁ ୭୯୭ ଜଣ, ଯାଜପୁରରୁ ୭୫୬ ଜଣ, ସମ୍ବଲପୁରରୁ ୭୦୨ ଜଣ, ମୟୂରଭଞ୍ଜରୁ ୫୪୫ ଜଣ, ପୁରୀରୁ ୪୨୪ ଜଣ, ଭଦ୍ରକରୁ ୪୨୦ ଜଣ, ନୟାଗଡ଼ରୁ ୪୧୯ ଜଣ ଓ ନବରଙ୍ଗପୁରରୁ ୪୧୦ ଜଣ ସୁସ୍ଥ ହୋଇଛନ୍ତି।

ସେହିପରି ବାଲେଶ୍ୱରରୁ ୪୦୮, ଜଗତସିଂହପୁରରୁ ୩୩୦, ରାୟଗଡ଼ାରୁ ୩୦୭, କଳାହାଣ୍ଡିରୁ ୨୯୬, ବଲାଙ୍ଗିରରୁ ୨୯୪, ଝାରସୁଗୁଡ଼ାରୁ ୨୯୨, କୋରାପୁଟରୁ ୨୫୮, ବରଗଡ଼ରୁ ୨୫୨, କେନ୍ଦୁଝରରୁ ୨୪୪, ସୋନପୁରରୁ ୨୨୦, ଗଞ୍ଜାମରୁ ୨୧୮, କେନ୍ଦ୍ରାପଡ଼ାରୁ ୧୯୩, ଢ଼େଙ୍କାନାଳରୁ ୧୭୫, ନୂଆପଡ଼ାରୁ ୧୨୩, ବୌଦ୍ଧରୁ ୧୧୩, ଦେବଗଡ଼ରୁ ୧୦୪, କନ୍ଧମାଳରୁ ୧୦୧, ମାଲକାନଗିରିରୁ ୮୪, ଗଜପତିରୁ ୬୪ ଓ ଷ୍ଟେଟ ପୁଲରୁ ୨୪୨ ଜଣ କୋଭିଡ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଥିସହିତ ରାଜ୍ୟରେ ମୋଟ କୋଭିଡ ସୁସ୍ଥ ସଂଖ୍ୟା ୬ ଲକ୍ଷ ୪୭ ହଜାର ୧୩୩ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରି ସୂଚନା ଦେଇଛି।