କାଲି ବାତ୍ୟାଞ୍ଚଳ ପରିଦର୍ଶନ କରିବାକୁ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାତ୍ୟାଞ୍ଚଳ ପରିଦର୍ଶନ କରିବା ପାଇଁ ଆସନ୍ତାକାଲି ଓଡ଼ିଶା ଆସିବେ। ପ୍ରଥମେ ଭୁବନେଶ୍ୱର ପହଂଚି ସମୀକ୍ଷା ବୈଠକ କରିବେ। ପରେ ବାଲେଶ୍ୱର, ଭଦ୍ରକ ଓ ପୂର୍ବ ମେଦିନାପୁରର ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳକୁ ଆକାଶ ମାର୍ଗରୁ ସର୍ଭେ କରିବେ। ପଶ୍ଚିମବଙ୍ଗରେ ମଧ୍ୟ ସମୀକ୍ଷା ବୈଠକ କରିବେ ବୋଲି ଜଣାପଡ଼ିଛି।