କଶ୍ମୀର: ଟିକାକରଣକୁ ନେଇ ଦକ୍ଷିଣ କଶ୍ମୀରରୁ ଏକ ଭଲ ଖବର ସାମ୍ନାକୁ ଆସିଛି। ଦକ୍ଷିଣ କଶ୍ମୀରର ସୋପିୟାଁ ଜିଲ୍ଲାରେ ୪୫ ବର୍ଷରୁ ଅଧିକ ଲୋକଙ୍କର ୧୦୦ ପ୍ରତିଶତ ଟିକାରଣ ହୋଇଯାଇଛି। ଜମ୍ମୁ କଶ୍ମୀର ପ୍ରଶାସନ ତରଫରୁ ଜାରି କରାଯାଇଥିବା ଏକ ବୁଲେଟିନରେ ଏସମ୍ପର୍କରେ ସୂଚନା ଦିଆଯାଇଛି।
ସୂଚନାନୁଯାୟୀ, ସୋମବାର ସୁଦ୍ଧା ସୋପିୟାଁ ଜିଲ୍ଲାରେ ୪୫ ବର୍ଷରୁ ଅଧିକ ଲୋକଙ୍କ ମଧ୍ୟରେ ୬୮ହଜାର ୯୫୩ ଲୋକଙ୍କୁ ଭ୍ୟାକ୍ସିନର ପ୍ରଥମ ଡୋଜ୍ ଲଗାଯାଇଛି। ଯାହାକି ଏହି ଜିଲ୍ଲାର ଏହି ବର୍ଗର ୧୦୦ ପ୍ରତିଶତ ଜନବସତି। ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୭୮ହଜାର ୮୮୩ ଭ୍ୟାକ୍ସିନ ଡୋଜ ଲଗାଇ ସାରିଛନ୍ତି। ସେଥିମଧ୍ୟରେ ୨୩୩୪ ସ୍ୱାସ୍ଥ୍ୟକର୍ମୀ ଓ ୭,୫୪୬ ଫ୍ରଣ୍ଟଲାଇନ ୱାର୍କର୍ସ ସାମିଲ ରହିଥିବା ଜଣାପଡ଼ିଛି।