ବିଧବା ମହିଳାଙ୍କ ଆତ୍ମହତ୍ୟା

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ଥାନା ମାଧପୁର ଗ୍ରାମର ମୁଣ୍ଡା ସାହିରେ ଜଣେ ବିଧବା ମହିଳା ଲୁଗାକୁ ବେକରେ ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତ ମହିଳା ଜଣକ ହେଲେ କୁନି ମୁଣ୍ଡା(୩୫)। ମିଳିଥିବା ରିପୋର୍ଟ ମୁତାବିକ, ୬ ମାସ ତଳେ କୁନିଙ୍କ ସ୍ୱାମୀ ଯୁଗଳ ମୁଣ୍ଡାଙ୍କ ମୃତ୍ୟୁ ଘଟିଥିଲା। ସ୍ୱାମୀଙ୍କ ମୃତ୍ୟ ପରେ କୁନି ମାନସିକସ୍ତରରେ ଭାଙ୍ଗି ପଡ଼ିଥିବାବେଳେ ଘରେ ରୋଗିଣା ଶାଶୁଙ୍କୁ ନେଇ ଚିନ୍ତିତ ଥିଲେ। ସେଥିପାଇଁ ମାନସିକ ଭାରସାମ୍ୟ ହରାଇ କୁନି ବେକରେ ଲୁଗା ଲାଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବାବେଳେ ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ପାଟଣା ମେଡିକାଲକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୁଲିସ ମେଡିକାଲରେ ପହଞ୍ଚି ମୃତଦେହକୁ ବ୍ୟବଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ ପାଟଣା ଥାନାରେ ଏକ ଅପମୃତ୍ୟ ମାମଲା ରୁଜୁ ହୋଇଛି। କୁନି ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି।