‘ୟାସ୍’ ଧାମରା ନିକଟରେ ଅତିକ୍ରମ କରିବ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବାତ୍ୟା ‘ୟାସ୍’ ଆସନ୍ତାକାଲି ଧାମରା ପାଖରେ ସ୍ଥଳଭାଗ ଅତିକ୍ରମ କରିବ। କାଲି ସକାଳ ୫ଟାରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଯିବ। ବାତ୍ୟା ରିଜର୍ଭ କରି ପଶ୍ଚିମବଙ୍ଗ ଆଡ଼କୁ ଯିବାର ସମ୍ଭାବନା ନାହିଁ। ଏନେଇ ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।

ସୂଚନାନୁଯାୟୀ, ‘ୟାସ୍’ ଧାମରା ଓ ଚାନ୍ଦବାଲିରେ ସବୁଠୁ ଅଧିକ କ୍ଷତି ଘଟାଇବ। ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ସବୁଠୁ ଅଧିକ ପ୍ରଭାବିତ ହେବ। ବାଲେଶ୍ୱର ଓ ଭଦ୍ରକରେ ସମୁଦ୍ରରେ ୨ରୁ ୪ ମିଟର ଜୁଆର ଆସିବ। କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ୨ ମିଟର ଜୁଆର ଆସିବ। ମୟୁରଭଞ୍ଜ, ପୁରୀ, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାରେ ବି ପ୍ରଭାବ ରହିବ। ଆଜି ସନ୍ଧ୍ୟା ସୁଦ୍ଧା ‘ୟାସ୍’ ଭୀଷଣ ବାତ୍ୟାରେ ପରିଣତ ହେବ। ସ୍ଥଳଭାଗ ଛୁଇଁବାର ପୂର୍ବ ଓ ପର ୬ଘଣ୍ଟା ଅତି ଗୁରୁତ୍ୱପୂର୍ଣ୍ଣ। ଆଜି ମଧ୍ୟରାତ୍ରରୁ ୬୦ରୁ ୮୦ କିମି ବେଗରେ ପବନ ବହିବ। କାଲି ସକାଳ ବେଳକୁ ପବନର ବେଗ ୧୫୦ରୁ ୧୬୦ କିମି ରହିବ ବୋଲି ଜଣାପଡ଼ିଛି।