ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ଉଗ୍ରବାଦୀ ନିହତ

ଆସାମ,ଏଜେନ୍ସି: ଆଜି ସକାଳେ ଆସାମ-ନାଗାଲାଣ୍ଡ ସୀମା ନିକଟରେ ସୁରକ୍ଷା ବାହିନୀ ସହ ହୋଇଥିବା ଏନକାଉଣ୍ଟରରେ ନିଷିଦ୍ଧ ଡିମାସା ନ୍ୟାସନାଲ ଲିବରେସନ୍ ଆର୍ମି (ଡିଏନଏଲଏ)ର ୬ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଥିବା ସେନା ଅଧିକାରୀମାନେ କହିଛନ୍ତି।

ପାରାମିଲିଟାରୀ ଆସାମ ରାଇଫଲ୍ସ ଏବଂ ରାଜ୍ୟ ପୁଲିସର ମିଳିତ ଦଳ ସହ ଗୁଳିବିନିମୟ ପରେ ଆତଙ୍କବାଦୀଙ୍କ ନିକଟରୁ ବହୁ ସଂଖ୍ୟକ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରାଯାଇଛି। ରାଜ୍ୟର ସ୍ୱତନ୍ତ୍ର ପୁଲିସ ମହାନିର୍ଦ୍ଦେଶକ ଜିପି ସିଂ ଟୁଇଟ କରି କହିଛନ୍ତି ଯେ, ଆସାମ ପୁଲିସ ଏବଂ ଆସାମ ରାଇଫଲ୍ସ ଦ୍ୱାରା ସକାଳେ କାର୍ବି ଆଙ୍ଗ୍ଲୋଙ୍ଗ ଜିଲ୍ଲାର ଧନସିରିପର୍ ଅଞ୍ଚଳରେ ୬ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।