ନୂଆଦିଲ୍ଲୀ: ତାମିଲନାଡ଼ୁରେ କରୋନା ସଂକ୍ରମଣ ରୋକିବା ପାଇଁ ଆଉ ସପ୍ତାହେ ଲକଡାଉନ ବଢ଼ାଇ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଚିକିତ୍ସା ବିଶେଷଜ୍ଞ, ଅଧିକାରୀ ଓ ସମସ୍ତ ପାର୍ଟି ପ୍ରତିନିଧୀଙ୍କ ସହ ବୈଠକ ପରେ ଏନେଇ ଘୋଷଣା କରିଛନ୍ତି। ପୂର୍ବରୁ ମେ’ ୨୪ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରାଯାଇଥିଲା।
ମୁଖ୍ୟମନ୍ତ୍ରୀ ଷ୍ଟାଲିନ କହିଛନ୍ତି ଯେ, ଲୋକଙ୍କ ସୁବିଧା ପାଇଁ ସବୁ ଦୋକାନ ଆଜି ରାତି ୯ଟା ଓ ରବିବାର ସକାଳ ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହିବ। ଆଉ ବାକି ଦିନରେ ପୂର୍ଣ୍ଣ ଲକଡାଉନ ଲାଗିବ। ଅନ୍ତ ଜିଲ୍ଲା ବସ ସେବା ମଧ୍ୟ ଶନି ଓ ରବିବାର ଲାଗୁ ହେବ। ଔଷଧ ଦୋକାନ ସହ କ୍ଷୀର, ପାଣି ଓ ଖବରକାଗଜ ବିତରଣ ଜାରି ରହିବ।