ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ମୁକାବିଲା କରିବା ପାଇଁ ଟିକାକରଣ ଅଭିଯାନ ଜୋରଦାର ଚାଲିଛି। ଇତିମଧ୍ୟରେ ଋଷ ଯଥାଶୀଘ୍ର ଭାରତକୁ ସ୍ଥାନୀୟସ୍ତରରେ ସ୍ପୁଟନିକ-ଭି ଭ୍ୟାକ୍ସିନ ପ୍ରସ୍ତୁତିର ଟେକ୍ନୋଲୋଜୀ ପ୍ରଦାନ କରିବ। ଋଷରେ ଥିବା ଭାରତୀୟ ରାଜଦୂତ ଡୀ. ବାଲା ଭେଙ୍କଟେଶ ବର୍ମା କହିଛନ୍ତି ଯେ, ଭାରତରେ ଅଗଷ୍ଟରୁ ସ୍ପୁଟନିକ-ଭି ଭ୍ୟାକ୍ସିନର ଉତ୍ପାଦନ ଆରମ୍ଭ ହେବ। ଭାରତରେ ପ୍ରାରମ୍ଭରେ ୮୫ କୋଟି ଡୋଜ ଉତ୍ପାଦନ କରିବାର ସମ୍ଭାବନା ରହିଛି।
ବର୍ମା ଆହୁରି କହିଛନ୍ତି ଯେ, ମେ’ ମାସ ଶେଷ ସୁଦ୍ଧା ଭାରତକୁ ୩୦ ଲକ୍ଷରୁ ଅଧିକ ଡୋଜ ଭ୍ୟାକ୍ସିନ ମିଳିବ। ଜୁନରେ ତାହା ବଢ଼ି ୫୦ ଲକ୍ଷରେ ପହଂଚିବ ବୋଲି ଆଶା କରାଯାଉଛି।
ସୂଚନାଯୋଗ୍ୟ, ଋଷୀୟ ଭ୍ୟାକ୍ସିନ ନିର୍ମାତା ଭାରତରେ ଡା. ରେଡ୍ଡୀଜ ଲାବୋରଟୋରୀ ସହ ଚୁକ୍ତି କରିବା ସହ ପ୍ରାରମ୍ଭରୁ ହିଁ ୨ଲକ୍ଷରୁ ଅଧିକ ଡୋଜ ଯୋଗାଇ ସାରିଛି।