ପୂର୍ତ୍ତ ସଚିବ କ୍ରିସନ କୁମାରଙ୍କ ମହାନତା

ପୁରୀ,ଏନ୍ଏନ୍ଏସ୍: ପୁରୀରୁ ଫେରୁଥିବା ବେଳେ ସିଫା ଛକ ଠାରେ ଦୁର୍ଘଟଣାରେ ଆହତ ହୋଇଥିବା ଜଣେ ଯୁବକଙ୍କ ଜୀବନ ବଞ୍ଚାଇଲେ ପୂର୍ତ୍ତ ସଚିବ କ୍ରିସନ କୁମାର।

ଦୁର୍ଘଟଣାର ସମ୍ମୁଖୀନ ହୋଇ ରାସ୍ତା ଡିଭାଇଡରରେ ଅଚେତ ଅବସ୍ଥାରେ ପଡିଥିବା ବେଳେ ସଚିବ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ଆଣିବା ସହ ତୁରନ୍ତ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଚିକିତ୍ସା ସମୟରେ ସଚିବ ନିଜେ ଉପସ୍ଥିତ ଥିଲେ। ଏବେ ଆହତ ଜଣକ ପ୍ରାଥମିକ ଚିକିତ୍ସା ପରେ ସୁସ୍ଥ ଅଛନ୍ତି। ଆହତ ଜଣକ ହେଲେ ସାକ୍ଷୀଗୋପାଳର ରତ୍ନାକର ପ୍ରଧାନ। ହସ୍ପିଟାଲରେ ପୂର୍ତ୍ତ ବିଭାଗର ଅଧିକାରୀ ଉପସ୍ଥିତ ରହି ତାଙ୍କ ଦେଖାଶୁଣା କରିବା ସହ ପରିବାର ଲୋକଙ୍କୁ ଖବର ଦେଇଛନ୍ତି।