ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ବଜାରରେ କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ୧୦ଟି ବାଇକ ଚାଳକଙ୍କ ଠାରୁ ୫ ହଜାର ଟଙ୍କା ଜୋରିମାନା ଆଦାୟ ହୋଇଛି ଏଥିସହ ବିନା କାଗଜ ପତ୍ରରେ ବାଇକ ଚଳାଉଥିବାରୁ ଗୋଟିଏ ବାଇକକୁ ଜବତ କରିଛି ପୁଲିସ।
ସୂଚନା ଅନୁସାରେ ବୁଧବାର ଦିନ ପାଟଣା ଏନଫୋର୍ସମେଣ୍ଟ କମିଟି ପକ୍ଷରୁ ପାଟଣା ତହସିଲଦାର ତାପସ ରଞ୍ଜନ ଦେହୁରୀ ଓ ପାଟଣା ଥାନା ଅଧିକାରୀ ରାଜେନ୍ଦ୍ର ସ୍ୱାଇଁଙ୍କ ନେତୃତ୍ୱରେ ବଜାର ଉପରେ ଯାଞ୍ଚ ପ୍ରକ୍ରିୟା କଡାକଡି କରାଯାଉଥିବା ସମୟ ରେ ଅମାନିଆ ଙ୍କ ଠାରୁ ଏହି ଜୋରିମାନା ଆଦାୟ କରାଯାଇଛି। ଏଥିସହ ଏକ ବାଇକକୁ ଜବତ କରାଯାଇଥିବା ଥାନା ଅଧିକାରୀ ରାଜେନ୍ଦ୍ର ସ୍ୱାଇଁ ସୂଚନା ଦେଇଛନ୍ତି।