Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଚିକିତ୍ସାରେ ଅବହେଳା ଯୋଗୁଁ ୨ ମୃତ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଚିକିତ୍ସାରେ ଅବହେଳା ଯୋଗୁଁ ୨ ମୃତ

କେନ୍ଦୁଝର,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ମଙ୍ଗଳବାର ଚିକିତ୍ସା ଅବହେଳାରୁ ୨ ଜଣ ରୋଗୀଙ୍କ ମୃତ୍ୟୁ ହୋଇଯାଇଛି। ସହରର ଉପକଣ୍ଠ ନରଣପୁରର ଖିରୋଦିନୀ ପାତ୍ର ରକ୍ତଚାପର ଶିକାର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ।

ଆଜି ଭୋରରୁ ରୋଗୀର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାକୁ ଅକ୍ସିଜେନ୍ ଦେବାକୁ ଡାକ୍ତର ପରାମର୍ଶ ଦେଇଥିଲେ । ଏହି ସମୟରେ ମହିଳା ବିଭାଗରେ ଥିବା ତିନିଟି ସିଲିଣ୍ଡରରୁ ଗୋଟିଏ ଜଣେ ରୋଗୀଙ୍କୁ ଲାଗିଥିବା ବେଳେ ଅନ୍ୟ ୨ଟି ଥିଲା । କିନ୍ତୁ କେହି ନର୍ସ ନଥିବାରୁ ତାଙ୍କୁ ଅମ୍ଳଜାନ ଦିଆଯାଇ ପାରି ନଥିଲା । ଏପରିକି ପରିବାର ଲୋକେ ବାରମ୍ବାର ଡାକ୍ତରଙ୍କୁ ଅନୁରୋଧ କରିଥିଲେ ମଧ୍ୟ କେହି ଶୁଣିନଥିଲେ ।

ଅନ୍ୟପଟେ କରଞ୍ଜିଆ ନୁଆଁଗାର ଜାନକୀ ପାତ୍ର ସାପ କାମୁଡ଼ାରେ ଡାକ୍ତରଖାନାକୁ ଆସିଥିଲେ । ସେଠାରେ ତାଙ୍କୁ ଇଞ୍ଜେକ୍ସନ ଦେବାପରେ ନାଡ଼ ଚାଲିବା ବନ୍ଦ ହୋଇଗଲା ବୋଲିଅଭିଯୋଗ ହୋଇଛି । ଅନ୍ୟପଟେ ଦାୟିତ୍ୱରେ ଥିବା ନର୍ସ ପରିବାର ଲୋକଙ୍କଠାରୁ ଡିସ୍‌ଚାର୍ଜ ପେପରରେ ଦସ୍ତଖତ କରାଇ ନେଇଥିବା କୁହାଯାଇଛି । ତେବେ ଡାକ୍ତର ଓ ହସ୍ପିଟାଲ କର୍ମଚାରୀଙ୍କ ଅବହେଳା ଯୋଗୁଁ ୨ ଜଣଙ୍କ ମୃତ୍ୟୁ ଘଟିଥିବା ନେଇ ସ୍ଥାନୀୟ  ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି ।