ଡିଆରଡିଓ ୟୁଏଭି ଦୁର୍ଘଟଣାଗ୍ରସ୍ତ

କର୍ଣ୍ଣାଟକ,ଏଜେନ୍ସିଡିଆରଡିଓର ୟୁଏଭି ରୁସ୍ତମ– ୨ ମଙ୍ଗଳବାର କର୍ଣ୍ଣାଟକର ଚିତ୍ରଦୂର୍ଗ ଜିଲ୍ଲାରେ  ଦୁର୍ଘଟଣାଗ୍ରସ୍ତ ହୋଇଯାଇଛି। ସୂଚନା କ୍ରମେ ୟୁଏଭିକୁ ଡିଆରଡିଓର ଚ୍ୟାଲେଞ୍ଜର ଏରୋନଟିକାଲ ରେଞ୍ଜ ବାହାରେ ପରୀକ୍ଷା କରାଯାଉଥିଲା। ସେହି ସମୟରେ ଉକ୍ତ ବିମାନଟି ଟେକଅଫ୍ କରିବା ପରେ ସେଥିରେ କିଛି ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଫଳରେ ଏହାର କ୍ରାସଲ୍ୟାଣ୍ଡିଂ ହୋଇଥିଲା।