ବରଗଡ଼,ଏନ୍ଏନ୍ଏସ୍: ଜିଲ୍ଲାରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥା ଭୁଶୁଡି ପଡିଛି। ରୋଗିଙ୍କୁ ଅକ୍ସିଜେନ, ବେଡ଼, ଭେଣ୍ଟିଲେଟର ମିଳୁନଥିବା ବେଳେ ସରକାରୀ କୋଭିଡ ହସ୍ପିଟାଲରେ ଆନୁସଙ୍ଗିକ ବ୍ୟବସ୍ଥା କରିବା ପରିବର୍ତ୍ତେ ସରକାରୀ ସଂସ୍ଥା ଇଣ୍ଡିଆନ ଆଏଲର ସିଏସଆର ପାଣ୍ଠିରୁ ୧୧.୫୦ କୋଟି ଟଙ୍କାର ଅନୁଦାନ ଦେବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗତବର୍ଷ ଜିଲ୍ଲାରେ କୋଭିଡ ହସ୍ପିଟାଲ ଖୋଲାଗଲା ଏବଂ ବିକାଶ ଗ୍ରୁପକୁ ଏହାର ଦାୟିତ୍ୱ ଦିଆଗଲା। କିନ୍ତୁ ଏବର୍ଷ କେଉଁ କାରଣରୁ ଏହି ସଂସ୍ଥା ଛାଡି ପଳେଇଲା ପୁଣି କରୋନାର ଦ୍ଵିତୀୟ ଭୟାବହ ଲହରୀ ସମୟରେ।
ସେହି ହସ୍ପିଟାଲକୁ ସରକାରୀ ପାଣ୍ଠି ଦେଇ ୧୦୦ ଭେଣ୍ଟିଲେଟର ୧ ଟଙ୍କାରେ ଲୋକଙ୍କୁ ସାହାଯ୍ୟ କରୁଥିବା ଆଶ୍ଚର୍ଯ୍ୟ ଲାଗୁଛି। ତାହା ପୁଣି ୩ ମାସ ପାଇଁ। ଯେଉଁ ହସ୍ପିଟାଲ ଦିନକୁ ୩୦ରୁ ୫୦ ହଜାର ଟଙ୍କା ରୋଗୀଙ୍କଠୁ ନେବାର ନଜର ଅଛି ତାକୁ ଏପରି ଅନୁଦାନ ଦେବା ସାଧାରଣରେ ଆଶଙ୍କା ସୃଷ୍ଟି କରିଛି। ତେଣୁ ସମସ୍ତ ଭେଣ୍ଟିଲେଟର ବେଡ଼ର ପାରଦର୍ଶିତା ରଖାଯାଉ, ସିସିଟିଭି ଲଗାଯାଉ ଏବଂ ଚିକିତ୍ସାକୁ ସମ୍ପୂର୍ଣ ମାଗଣା କରାଯାଉ ବୋଲି ଆମ୍ ଆଦମୀ ପାର୍ଟି ଦାବି କରିଛି। ଏକ ଡିଜିଟାଲ ମିଡିଆରେ ଜିଲ୍ଲା ଆବାହକ ଭବାନୀ ସାହୁ, ରାଜ୍ୟ ସମ୍ପାଦକ ଅମିତାଭ ପାତ୍ର ବରଗଡ଼ର ସାଧାରଣ ଲୋକଙ୍କ ପ୍ରଶ୍ନକୁ ସରକାରଙ୍କ ସାମ୍ନାରେ ରଖିଛନ୍ତି।