ବାଲିମେଳା ଡଙ୍ଗାବୁଡ଼ି ଘଟଣାରେ ୩ ମୃତଦେହ ଉଦ୍ଧାର

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ବାଲିମେଳା ଜଳଭଣ୍ଡାରରେ ଏକ ଡଙ୍ଗା ଓଲଟିବା ଘଟଣାରେ ୩ଜଣ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସୂଚନା ଅନୁସାରେ ଗତ ଶନିବାର ୪ଜଣ ଗ୍ରାମବାସୀ ନାକାମାମୁଡ଼ିରୁ ତୋଟାଗୁଡାକୁ ଏକ ଦେଶୀ ଡଙ୍ଗାରେ ବାଲିମେଳା ଜଳଭଣ୍ଡାରରେ ଯାଉଥିବାବେଳେ ବର୍ଷା ପବନରେ ଡଙ୍ଗାଟି ଆମ୍ବିଳୀବେଡ଼ା ଠାରେ ଏହା ଓଲଟି ପଡ଼ିଥିଲା ।

ଏହି ସମୟରେ ଡଙ୍ଗାରେ ଥିବା ୪ଜଣ  ଯାତ୍ରୀ ବୁଡ଼ିଯାଇଥିବାବେଳେ ସେଥିମଧ୍ୟରୁ ଜଣେ ନିଜ ଜୀବନ ବଞ୍ଚାଇ କୂଳକୁ ପହଁରି ଆସିଥିଲେ। ତେବେ ଅନ୍ୟ ୩ଜଣ ନିଖୋଜ ଥିଲେ। ପରେ ଓଡ୍ରାଫ ଟିମ୍ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଏହି ପରିପ୍ରେକ୍ଷୀରେ ସୋମବାର ଅନ୍ୟ ୩ଜଣ ନିଖୋଜ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କରାଯାଇଛି।