ଅକ୍ସିଜେନ ଅଭାବରୁ ଆଖି ବୁଜିଲେ ଆଉ ୧୧ କରୋନା ଆକ୍ରାନ୍ତ

ଚେନ୍ନାଇ,ଏଜେନ୍ସି: ପୁଣି ହସ୍ପିଟାଲରେ ଅକ୍ସିଜେନ ଅଭାବ ଯୋଗୁଁ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ତାମିଲନାଡୁର ଚେଙ୍ଗଲପଟ୍ଟୁ ସରକାରୀ ହସ୍ପିଟାଲରେ ଏହି ଅଘଟଣ ଘଟିଛି। ସୂଚନା ଅନୁସାରେ ରାଜ୍ୟରେ କୋଭିଡ ସଂକ୍ରମଣ ଅଣାୟତ୍ତ ରହିଛି।

ବିଶେଷକରି ଚେଙ୍ଗଲପଟ୍ଟୁ ଅଞ୍ଚଳରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଛି। ରୋଗୀ ବଢିବା ସାଙ୍ଗରେ ଉକ୍ତ ଅଞ୍ଚଳରେ ବେଡ ଓ ଅକ୍ସିଜେନର ଅଭାବ ପରିଲକ୍ଷିତ ହୋଇଛି। ଏହି ପରିପ୍ରେକ୍ଷୀରେ ସରକାରୀ ମେଡିକାଲରେ ପାଖାପାଖି ୫୦୦ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ହେଲେ ଦୁଃଖର ବିଷୟ ଯେ, ଗତକାଲି ହସ୍ପିଟାଲରେ ଅକ୍ସିଜେନର ଅଭାବ ଦେଖାଦେଇଥିଲା। ଅମ୍ଳଜାନ ଅଭାବରୁ ରାତି ପ୍ରାୟ ୧୦ଟା ୩୦ରେ ଏହି ୧୧ କରୋନା ରୋଗୀ ଆଖି ବୁଜିଛନ୍ତି। ସେପଟେ ଚେଙ୍ଗଲପଟ୍ଟୁ ଜିଲ୍ଲାପାଳ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।