ଗାଜିଆବାଦର ଏକ ସୋସାଇଟିରେ ୩୦୦ ପରିବାର କରୋନାରେ ସଂକ୍ରମିତ

ନୂଆଦିଲ୍ଲୀ,ଏଜେନ୍ସି: ଭାରତରେ କରୋନା ସଂକଟ ଜାରି ରହିଛି। କରୋନା ସଂକ୍ରମିତ ଲୋକମାନେ ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ପ୍ରାଣ ହାରୁଛନ୍ତି। ଏହି ସଂକଟ ସମୟରେ ଉତ୍ତର ପ୍ରଦେଶର ଗାଜିଆବାଦର ଏକ ସୋସାଇଟିରେ ୩୦୦ ପରିବାର କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ସହାୟତା ପାଇଁ ସୋସାଇଟି ପକ୍ଷରୁ ଉତ୍ତର ପ୍ରଦେଶ ସରକାରଙ୍କୁ ଚିଠି ଲେଖାଯାଇଛି।

ଗାଜିଆବାଦର ଇନ୍ଦିରାପୁରମରେ ଏକ ହାଇସିଙ୍ଗ ସୋସାଇଟିର ଆରଡବ୍ଲ୍ୟୁଏ ଉତ୍ତର ପ୍ରଦେଶ ସରକାରଙ୍କୁ ଚିଠି ଲେଖି କହିଛି ଯେ, ସୋସାଇଟିରେ ରହୁଥିବା ୩୦୦ ପରିବାର କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତେବେ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବାକୁ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରନ୍ତୁ। ବିଗତ ୩୦ ଦିନ ମଧ୍ୟରେ ୯ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇସାରିଛି।