ନୂଆଦିଲ୍ଲୀ,ଏଜେନ୍ସି: ଭାରତରେ ଏପର୍ଯ୍ୟନ୍ତ ୧୬୫ ଜଣ ସାମ୍ବାଦିକ କୋଭିଡରେ ପ୍ରାଣ ହରାଇସାରିଛନ୍ତି। ଏମାନଙ୍କ ମଧ୍ୟରୁ ଚଳିତବର୍ଷ ଏପ୍ରିଲରେ ପ୍ରାୟ ୬୦ ଜଣ ସାମ୍ବାଦିକଙ୍କର ମୃତ୍ୟୁ ଘଟିଛି ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟ୍ୱିଟ୍ କରି ଜଣାଇଛନ୍ତି। ଏହି ପରିପ୍ରେକ୍ଷୀରେ ସାମ୍ବାଦିକଙ୍କୁ ଆଗଧାଡିର କୋଭିଡ୍ ଯୋଦ୍ଧାର ମାନ୍ୟତା ଦେବାସହିତ ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା ପ୍ରଦାନ କରିବାକୁ ରାହୁଲ ଦାବି କରିଛନ୍ତି। ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଅନୁରୂପ ଦାବି ଉପସ୍ଥାପନ କରିସାରିଛନ୍ତି। ଅପରପକ୍ଷରେ ଉତ୍ତରାଖଣ୍ଡ ସରକାର ଗତମାସରେ ରାଜ୍ୟର ସବୁ ସାମ୍ବାଦିକ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆଗଧାଡିର କୋଭିଡ୍ ଯୋଦ୍ଧାଭାବେ ମାନ୍ୟତା ଦେଇସାରିଛନ୍ତି।