ଜାପାନରେ ୬.୮ ତୀବ୍ରତାର ଭୂମିକମ୍ପ

ଟୋକିଓ,ଏଜେନ୍ସି: ଜାପାନର ଉତ୍ତର ପଶ୍ଚିମାଞ୍ଚଳରେ ଶନିବାର ଭୟାବହ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୮ ରହିଥିବା ଜଣାପଡିଛି। ତେବେ ଏଥିଜନିତ ସୁନାମି ଚେତାବନୀ ଦିଆଯାଇନଥିବା ପ୍ରକାଶ। ମିୟାଗି ପ୍ରଦେଶର ଇସିନୋମାକି ସହର ନିକଟବର୍ତ୍ତୀ ପ୍ରଶାନ୍ତ ମହାସାଗରର ୪୭ କିମି ଗଭୀରରେ ଭୂମିକମ୍ପ କେନ୍ଦ୍ରୀଭୂତ ହୋଇଥିବା ସ୍ଥାନୀୟ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।