ନୂଆଦିଲ୍ଲୀ,ଏଜେନ୍ସି: କରୋନା ମୁକାବିଲା ପାଇଁ ଭାରତକୁ ରୁଷର ସହାୟତା। ରୁଷିଆରୁ ଭାରତକୁ ଆସିଲା ମେଡ଼ିକାଲ ଉପକରଣ। ୨୦ଟି ଅକ୍ସିଜେନ କନସନଣ୍ଟ୍ରେଟର, ୭୫ଟି ଭେଣ୍ଟିଲେଟର, ୧୫୦ଟି ବେଡ଼୍ ସାଇଡ ମନିଟର ଏବଂ ଜରୁରୀ ମେଡ଼ିସିନ ଯୋଗାଇ ଦେଇଛି ରୁଷିଆ। ୨ଟି ସ୍ୱତନ୍ତ୍ର ବିମାନ ଯୋଗେ ଏହି ସବୁ ଆସି ଭାରତରେ ପହଞ୍ଚିଛି। କରୋନା ମୁକାବିଲା କ୍ଷେତ୍ରରେ ସହାୟତା ପାଇଁ ରୁଷିଆ ନିଜର କରୋନା ଟିକା ସ୍ପୁଟନିକ ଭି ମଧ୍ୟ ଦେବାକୁ ପ୍ରସ୍ତୁତ ହୋଇଛି। ମେ’ ପହିଲାରେ ଭାରତକୁ ଆସିବ ପ୍ରଥମ ପର୍ଯ୍ୟାୟ ସ୍ପୁଟନିକ ଭି ଟିକା।