ରାଜଧାନୀରେ ରେକର୍ଡ କଲା କରୋନା : ଗୋଟିଏ ଦିନରେ ୧୦୪୪ ପଜିଟିଭ

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜଧାନୀରେ ଦିନକୁ ଦିନ ରେକର୍ଡ ଭାଙ୍ଗୁଛି କରୋନା। ରାଜ୍ୟ ବାହାରୁ ଆସୁଥିବା ଯାତ୍ରୀମାନଙ୍କ ଯୋଗୁଁ ରାଜଧାନୀରେ ସଂକ୍ରମଣ ବୃଦ୍ଧି ପାଉଛି। ଫଳରେ ଦିନକରେ ୧୦୪୪ଜଣ କରୋନା ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୨୪୪୫ରେ ପହଞ୍ଚିଛି। ଏଥିମଧ୍ୟରୁ ୩୫୬୭୪ ସୁସ୍ଥ ହୋଇଥିବାବେଳେ ୨୫୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ସେହିପରି ୬୪୯୩ଟି ଆକ୍ଟିଭ କେସ କରିଛି। ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ୨୧୯ ଜଣ କ୍ୱାରଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୮୨୫ ଜଣ ସ୍ଥାନୀୟ ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି। ଅନ୍ୟପକ୍ଷରେ ଆଜି ଭୁବନେଶ୍ୱରରୁ ୪୪୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।