ନୂଆଦିଲ୍ଲୀ,ଏଜେନ୍ସି: ଭୂକମ୍ପ ଝଟକାରେ ଥରିଲା ଆସାମ। ଆସାମରେ ଆଜି ସକାଳୁ ଏହି ଭୂମି କମ୍ପ ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜିରୁ ମିଳିଥିବା ସୂଚନା ଅନୁଯାୟୀ, ସକାଳ ୭:୫୧ ରେ ଭୂକମ୍ପ ଅନୁଭୂତ ହୋଇଥିଲା। ଗୁଆହାଟୀ ଏବଂ ତେଜପୁରରେ ମଧ୍ୟ ଭୂକମ୍ପ ହୋଇଛି। ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୬.୪ ରହିଛି। ଏହି ଭୂକମ୍ପ ପରେ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି।
ଏହି ସମୟରେ ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ବାହାରି ଆସିଥିଲେ। ଏଥିସହିତ ଦୀର୍ଘ ସମୟ ଧରି ସେଠାରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଯାଏଁ ଭୂକମ୍ପରେ ହୋଇଥିବା କ୍ଷୟକ୍ଷତିର ସୂଚନା ମିଳିନାହିଁ।