ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ

ମୁମ୍ବାଇ,ଏଜେନ୍ସି: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥା (ସିବିଆଇ) ପକ୍ଷରୁ ଦୁର୍ନୀତି ଅଭିଯୋଗ ନେଇ ମାମଲା ରୁଜୁ ହୋଇଛି। ଏଥିସହିତ ସିବିଆଇ ଘଟଣାର ଖୋଳତାଡ଼ ଆରମ୍ଭ କରିଛି।
ମୁମ୍ବାଇ ପୁଲିସ କମିସନର ପରମବିର ସିଂଙ୍କ ୧୦୦ କୋଟି ଟଙ୍କା ଠକେଇ ଘଟଣାରେ ନିକଟରେ ସିବିଆଇ ଦେଶମୁଖଙ୍କୁ ପଚରାଉଚରା କରିଥିଲା।