ଅକ୍ସିଜେନ ଆମଦାନୀ ଉପରୁ ସୀମା ଶୁଳ୍କ ଛାଡ଼

ନୂଆଦିଲ୍ଲୀ,ଏଜେନ୍ସି: ଦେଶର ହସ୍ପିଟାଲରୁ ଅକ୍ସିଜେନ ଅଭାବ ଫଳରେ ଚିକିତ୍ସା କ୍ଷେତ୍ରରେ ଏକ ବଡ଼ ଫାଟ ସୃଷ୍ଟି ହୋଇଛି। ଏନେଇ ବିଦେଶରୁ ମଧ୍ୟ ଅକ୍ସିଜେନ ଆମଦାନୀ ହେଉଛି। ଏହି କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ଆଜି ଏକ ବୈଠକ ଆୟୋଜନ ହୋଇଛି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷତା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି କି ଏହି ସମୟରେ ଘରେ ଓ ହସ୍ପିଟାଲରେ ରହୁଥିବା କରୋନା ରୋଗୀଙ୍କ ଚିକିତ୍ସା ପାଇଁ ମେଡ଼ିକାଲ ଗ୍ରେଡର ଅକ୍ସିଜେନ ସହିତ ଆବଶ୍ୟକ ଉପକରଣର ଆମାଦାନୀ ବଢ଼ାଇବାର ଆବଶ୍ୟକ ରହିଛି।

ଏହି କ୍ଷେତ୍ରକୁ ଧ୍ୟାନ ଦେବାକୁ ବୈଠକରେ ଉପସ୍ଥିତ ଥିବା ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ସେହିପରି ତତ୍କାଳ ପ୍ରଭାବରେ ଆସନ୍ତା ୩ ମାସ ପାଇଁ ଦେଶରେ ଅକ୍ସିଜେନ ଓ ଏହା ସମ୍ବନ୍ଧିତ ଉପକରଣର ଆମଦାନୀ ଉପରେ ସୀମା ଶୁଳ୍କ ଛାଡ କରାଯାଇଛି। ଏନେଇ ପ୍ରଧାନମନ୍ତ୍ରୀ ମୋଦୀ ରାଜସ୍ୱ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।