ୱାଶିଂଟନ୍: ଆମେରିକାର ଅନ୍ତରୀକ୍ଷ ଏଜେନ୍ସି ‘ନାସା’ ସଫଳତାର ଏକ ନୂଆ ଉଡ଼ାଣ ଭରିଛି। ନାସାର ଏକ ଛୋଟିଆ ହେଲିକପ୍ଟର ଆଜି ମଙ୍ଗଳ ଗ୍ରହରୁ ଉଡ଼ାଣ ଭରିଥିବା ସୂଚନା ମିଳିଛି। କୌଣସି ଗ୍ରହରୁ ଏୟାରକ୍ରାପ୍ଟ ଉଡ଼ାଣ ଭରିବାର ଏହା ହେଉଛି ପ୍ରଥମ। ସୂଚନାଯୋଗ୍ୟ, ଇନଜେନୟୁଟୀ ନାମକ ଏହି ଆମେରିକୀୟ ହେଲିକପ୍ଟର ମଙ୍ଗଳ ଗ୍ରହର ଏମିତି ସ୍ଥାନକୁ ଯିବାର କ୍ଷମତା ରଖିଛି ଯେଉଁଠିକୁ କୌଣସି ଭ୍ରମଣକାରୀ ବ୍ୟକ୍ତି ମଧ୍ୟ ପହଞ୍ଚି ପାରିବ ନାହିଁ। ଏପ୍ରିଲ ୧୧ ତାରିଖରେ ହେଲିକପ୍ଟର ଉଡ଼ାଣ ଭରିବ ବୋଲି ସ୍ଥିର କରାଯାଇଥିଲା। କିନ୍ତୁ ବହୁବାର ବୈଷୟିକ ତ୍ରୁଟି ଯୋଗୁ ଉଡ଼ାଣ ରୋକାଯାଇଥିଲା।