ବାଇକ୍ ଦୁର୍ଘଟଣାରେ ୧ ମୃତ,୨ ଗୁରୁତର

ଫୁଲବାଣୀ,ବ୍ରାହ୍ମଣୀଗାଁ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଡବେରି ବୁଲାଣିରେ ଆଜି ସକାଳେ ଏକ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି। ମୃତ ଜଣକ ହେଲେ ବି.ଡ଼କେବାଡ଼ି ଗ୍ରାମର ଆମ୍ବେଦକର ମଲିକ(୧୬) ଓ ଗୁରୁତର ୨ ଜଣ ହେଲେ ଜୁଦେନ୍ ମଲିକ ଓ ପ୍ରଶାନ୍ତ ପ୍ରଧାନ।