୧୩୧ ଲିଟର ବିଦେଶୀ ମଦ ଜବତ : ୨ ଗିରଫ

ଗୋଛାପଡ଼ା,ଏନ୍ଏନ୍ଏସ୍: ଅବକାରୀ ବିଭାଗର ଏକ ସ୍ୱତନ୍ତ୍ର ଦଳ ଅଚାନକ ବିଭିନ୍ନ ସ୍ଥାନରେ ଚଢ଼ଉ କରି ବେଆଇନ ଭାବେ ବିକ୍ରି ହେଉଥିବା ୧୩୧ ଲିଟର ବିଦେଶୀ ମଦ ଜବତ କରିବା ସହିତ ଏହି ଘଟଣାରେ ୨ ଜଣକୁ ଗିରଫ କରିଛନ୍ତି। ଗିରଫ ବ୍ୟକ୍ତିମାନେ ହେଲେ ଗୋଛାପଡ଼ା ପଞ୍ଚାୟତ କାମଟଣା ଗ୍ରାମର ରିନା କହଁର ଓ ଅନ୍ୟଜଣେ ହେଲେ ଖଜୁରିପଡ଼ା ବ୍ଲକ୍ ଭେଟଖୁଲ୍ ଗ୍ରାମର ପଦ୍ମଚରଣ ସାହୁ। ଏହି ଚଢ଼ଉରେ ଏସ୍ଆଇ ସନ୍ତୋଷ ନାୟକ, କୁମୁଦ ପ୍ରଧାନ, ପ୍ରବୀଣ କୁମାର ସାମଲ ପ୍ରମୁଖ ସାମିଲ ହୋଇଥିଲେ।