ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ସାହାରପଡା ସେକ୍ସନ ମାଛଗଡ଼ ସାଉଥ ବିଟ୍ ଅନ୍ତର୍ଗତ ତାଳପଦା ଗ୍ରାମର ପ୍ରଧାନସାହିରୁ ଏକ ମାଈ ହରିଣକୁ ବନବିଭାଗ ଉଦ୍ଧାର କରିଛି। ସୂଚନା ଅନୁସାରେ ହରିଣଟି ଆଜି ସକାଳୁ ଗାଁ ଭିତରକୁ ଆସି ଗ୍ରାମର ରାଇଚରଣ ମହାନ୍ତଙ୍କ ବଗିଚା ଭିତରକୁ ପଶି ଆସିଥିଲା। ହରିଣକୁ ଦେଖି ବନବିଭାଗକୁ ଖବର ଦେବା ପରେ ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ହରିଣକୁ ଉଦ୍ଧାର କରିଛି।
ଜଙ୍ଗଲରେ ନିଆଁ ଲାଗିବା କାରଣରୁ ବନ୍ୟଜନ୍ତୁ ମାନେ ଏବେ ଗାଁ ମୁହାଁ ହେଉଛନ୍ତି। ପାଟଣା ରେଞ୍ଜ ଅଞ୍ଚଳରେ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ବନବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆ ଯିବା ସହ ପାଟ୍ରୋଲିଂ କରାଯାଉଥିବା ପାଟଣା ରେଞ୍ଜର କହିଛନ୍ତି। ଉଦ୍ଧାର କରାଯାଇଥିବା ହରିଣକୁ ମୟୂରଭଞ୍ଜ ଶିମିଳିପାଳର ବିସିପୁର ସଂରକ୍ଷିତ ଜଙ୍ଗଲରେ ଛଡ଼ାଯିବ ବୋଲି ପାଟଣା ରେଞ୍ଜର ପବିତ୍ର ମୋହନ ନାଏକ ସୂଚନା ଦେଇଛନ୍ତି।