ଦିନକରେ ୩,୧୪୪ କରୋନାରେ ସଂକ୍ରମିତ, ୪ ମୃତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଉ ୩,୧୪୪ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୧୮୨୩ଜଣ ଓ ସ୍ଥାନୀୟ ସଂକ୍ରମଣ ୧୩୨୧ ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୬୪ହଜାର ୫୯୪କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା କରୋନା ରୋଗୀଙ୍କ ମଧ୍ୟରେ ସୁନ୍ଦରଗଡ଼ରୁ ସର୍ବାଧିକ ୫୨୩, ଖୋର୍ଦ୍ଧାରୁ ୪୯୭, ନୂଆପଡ଼ାରୁ ୩୯୫, ବରଗଡ଼ରୁ ୧୫୬, ସମ୍ବଲପୁରରୁ ୧୪୯, କଟକରୁ ୧୪୦, ପୁରୀରୁ ୧୨୯, କେଉଁଝରରୁ ୧୨୮, ଝାରସୁଗୁଡ଼ାରୁ ୧୧୯, ଷ୍ଟେଟପୋଲରୁ ୧୧୦, ନବରଙ୍ଗପୁରରୁ ୯୬, ବଲାଙ୍ଗିରରୁ ୯୨, ଯାଜପୁରରୁ ୭୬, ମୟୁରଭଞ୍ଜରୁ ୬୮, ଗଜପତ ଜିଲ୍ଲାରୁ ୬୭ଜଣ ରହିଛନ୍ତି। ସେହିପରି କଳାହାଣ୍ଡିରୁ ୫୩, ଭଦ୍ରକରୁ ୫୧, ଅନୁଗୁଳରୁ ୪୯, ଗଞ୍ଜାମ ଓ ରାୟଗଡ଼ାରୁ ୪୪ ଲେଖାଏଁ, ନୟାଗଡ଼ରୁ ୨୯, ବାଲେଶ୍ୱରରୁ ୨୮, ଦେଓଗଡ଼ରୁ ୨୧, ଜଗତସିଂହପୁର ଓ କୋରାପୁଟରୁ ୧୮ ଲେଖାଏଁ, କେନ୍ଦ୍ରାପଡ଼ାରୁ ୧୫, କନ୍ଧମାଳରୁ ୧୩, ବୌଦ୍ଧରୁ ୭, ମାଲକାନଗିରି ଓ ସୋନପୁରରୁ ୪ ଲେଖାଏଁ ଓ ଢେଙ୍କାନାଳ ଜିଲ୍ଲାରୁ ଜଣେ ରହିଛନ୍ତି।

ଅନ୍ୟପଟେ କରୋନା ଯୋଗୁ ୪ ଜଣଙ୍କର ମୃତ୍ୟୁ ଘଟିଛି। ସେଥିମଧ୍ୟରେ ବଲାଙ୍ଗିରରୁ ୬୨ ବର୍ଷୀୟ ବୃଦ୍ଧ, ଝାରସୁଗୁଡ଼ାରୁ ୫୦ ବର୍ଷୀୟ ପୁରୁଷ, କଳାହାଣ୍ଡିରୁ ୬୦ ବର୍ଷୀୟ ବୃଦ୍ଧ ଓ ସମ୍ବଲପୁରରୁ ୩୮ ବର୍ଷୀୟ ପୁରୁଷ ରହିଛନ୍ତି। ସମ୍ପୃକ୍ତ ଆକ୍ରାନ୍ତ କରୋନା ବ୍ୟତୀତ ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୯୫ଲକ୍ଷ ୬୫ହଜାର ୪୨୭ଜଣଙ୍କ କରୋନା ଟେଷ୍ଟ ହୋଇଥିବାବେଳେ ୩ଲକ୍ଷ ୪୩ହଜାର ୫୨୨ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ସେଥିମଧ୍ୟରୁ ୩ଲକ୍ଷ ୪୦ହଜାର ୬୦୦ଜଣ ସୁସ୍ଥ ହୋଇଛନ୍ତି, ୧୯୪୨ଜଣଙ୍କର ମୃତ୍ୟୁ ଘଟିଛି ଓ ୧,୯୭୭ ଜଣ ଚିକିତ୍ସିତ ହେଉଛନ୍ତି।