Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଜଗାର ହେବ ଖପୁରୀ ପ୍ରତିରୋପଣ, ଏବେ ସ୍କୁଲ ଯାଇପାରିବ ନାହିଁ: ମନ୍ତ୍ରୀ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଜଗାର ହେବ ଖପୁରୀ ପ୍ରତିରୋପଣ, ଏବେ ସ୍କୁଲ ଯାଇପାରିବ ନାହିଁ: ମନ୍ତ୍ରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଦିଲ୍ଲୀ ଏମସ୍ ରୁ ଫେରିବା ପରେ କଟକ ଏସସିବିରେ ଚିକିତ୍ସାଧୀନ ଥିବା ଜଗାର ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି । ତେବେ ଜଗା ବର୍ତମାନ ସ୍କୁଲ ଯାଇପାରିବ ନାହିଁ । ପ୍ରଥମେ ଜଗା ମୁଣ୍ଡରେ ଖପୁରୀ ପ୍ରତିରୋପଣ ହେବ ବୋଲି ରବିବାର ଏସସିବିରେ ଜଗା କାଳିଆଙ୍କୁ ଭେଟିବା ପରେ କହିଛନ୍ତି ଆଇନ୍ ମନ୍ତ୍ରୀ ପ୍ରତାପ ଜେନା ।

ରବିବାର ମନ୍ତ୍ରୀ ଶ୍ରୀ ଜେନା କଟକ ଏସସିବି ଯାଇ ଜଗା କାଳିଆର ସ୍ୱାସ୍ଥ୍ୟବସ୍ଥା ଓ ଚିକିତ୍ସା ସମ୍ପର୍କରେ ବୁଝିଥିଲେ। ଜଗା ସୁସ୍ଥ ହେଉଥିବାରୁ ତାକୁ ସ୍କୁଲ ପଠାଯିବ କି ପ୍ରଶ୍ନର ଉତରରେ ମନ୍ତ୍ରୀ କହିଥିଲେ ଯେ ଜଗାର ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ବେଳେ କାଳିଆର ସ୍ୱାସ୍ଥ୍ୟ ସାମାନ୍ୟ ହୋଇନାହିଁ । ଉଭୟଙ୍କ ଚିକିତ୍ସା ପାଇଁ ଡାକ୍ତରୀ ଟିମ୍ ଲାଗିଛନ୍ତି । ଜଗାର ଖପୁରୀ ନଥିବାରୁ ସେ ବର୍ତମାନ ସ୍କୁଲ ଯାଇପାରିବ ନାହିଁ । ତେବେ ହସ୍ପିଟାଲରେ ହିଁ ଜଗାର ପ୍ରାଥମିକ ଶିକ୍ଷା ପାଇଁ ବ୍ୟବସ୍ଥା କରାଯିବ । ଜଗାର ଖପୁରୀ ପ୍ରତିରୋପଣ ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାରର ସହଯୋଗ କରିବେ ବୋଲି ମନ୍ତ୍ରୀ କହିଛନ୍ତି ।

ସୂଚନାଯୋଗ୍ୟ, ଗତ ୨୦୧୭ରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଅଂଚଳ ମିଲିପଡା ଗାଁର ଯୋଡାମୁଣ୍ଡ ଶିଶୁ ଜଗା- କାଳିଆଙ୍କୁ ଅଲଗା କରିବାପାଇଁ ଦିଲ୍ଲୀ ଏମ୍ସରେ ଭର୍ତି କରାଯାଇଥିଲା । ଅଭିଜ୍ଞ ଡାକ୍ତରୀ ଟିମଙ୍କ ଦ୍ୱାରା ସଫଳତାର ସହ ଅସ୍ତ୍ରୋପଚାର କରି ଦୁଇ ଶିଶୁଙ୍କୁ ଅଲଗା କରାଯାଇଥିଲା । ସେଠାରେ ପ୍ରାୟ ଦୁଇ ବର୍ଷ ରହିବ ପରେ ଉଭୟ ଓଡିଶା ଫେରିଆସିଛନ୍ତି । କଟକସ୍ଥିତ ଏସସିବିରେ ଦୁଇଭାଇଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସେମାନଙ୍କୁ ସ୍ୱତନ୍ତ୍ର ଆଇସିୟୁ ସଂଲଗ୍ନ କ୍ୟାବିନରେ ରଖାଯାଇଛି ।