ନୂଆଦିଲ୍ଲୀ: ଭାରତୀୟ ବ୍ୟାଡମିଣ୍ଟନ ତାରକା ଜ୍ୱାଲା ଗୁଟ୍ଟା ଅଭିନେତା ବିଷ୍ଣୁ ବିଶାଲଙ୍କୁ ଏପ୍ରିଲ ୨୨ରେ ବିବାହ କରିବାକୁ ଯାଉଛନ୍ତି। ଏନେଇ ଜ୍ୱାଲା ସୋସିଆଲ ମିଡଆ ଜରିଆରେ ତାଙ୍କ ଫ୍ୟାନଙ୍କୁ ଜଣାଇଛନ୍ତି। ଏକ ଘରୋଇ ଉତ୍ସବରେ ହେବାକୁ ଥିବା ଏହି ସେଲିବ୍ରିଟିଙ୍କ ବିବାହରେ କେବଳ ନିକଟ ସମ୍ପର୍କୀୟ ସାମିଲ ହେବେ।
ସୂଚନାଯୋଗ୍ୟ, ଜ୍ୱାଲା ଓ ବିଶାଲ ଦୀର୍ଘ ଦିନରୁ ପରସ୍ପରକୁ ଡେଟ କରୁଥିଲେ। ଗତବର୍ଷ ଜ୍ୱାଲା ଓ ବିଶାଲ ନିର୍ବନ୍ଧ ବନ୍ଧନରେ ବାନ୍ଧି ହୋଇଥିଲେ। ଉଭୟ ସେଲିବ୍ରିଟିଙ୍କର ଏହା ହେଉଛି ଦ୍ୱିତୀୟ ବିବାହ। ବିଶାଲ ପୂର୍ବରୁ ରଜନୀଙ୍କୁ ବିବାହ କରିଥିଲେ ଓ ତାଙ୍କର ଗୋଟିଏ ପୁଅ ମଧ୍ୟ ରହିଛି। ଅନ୍ୟପଟେ ଜ୍ୱାଲା ବ୍ୟାଡମିଣ୍ଟନ ଖେଳାଳି ଚେତନ ଆନନ୍ଦଙ୍କୁ ୨୦୦୫ରେ ବିବାହ କରିଥିଲେ। ଆଉ ୨୦୧୦ରେ ଦୁହିଁଙ୍କର ବିବାହ ବିଚ୍ଛେଦ ହୋଇଥିଲା।