ମହାନତା: ଆହତ ବ୍ୟକ୍ତିଙ୍କୁ ଡାକ୍ତର ହସ୍ପିଟାଲରେ ପହଞ୍ଚାଇଲେ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଡାକ୍ତର ଯେ ତାଙ୍କ ଡାକ୍ତରୀ ଜୀବନ ଭିତରେ ହସ୍ପିଟାଲ କୋଠାରୀ ସୀମାରେ ରହି ରୋଗୀଙ୍କୁ ଚିକିତ୍ସା କରିଥାନ୍ତି, ତାହା ଆଜି ମିଛ ପ୍ରମାଣ କରିଛି। ଶନିବାର ରାଜଧାନୀରେ ଏକ ନୂଆ ଘଟଣା ଦେଖିବାକୁ ମିଳିଥିଲା। ଜଣେ ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ଘଟଣାସ୍ଥଳରେ ପ୍ରାଥମିକ ଚିକିତ୍ସା କରି ଡାକ୍ତରଖାନାକୁ ନିଜ ଗାଡ଼ିରେ ନେଇଯାଇଥିଲେ। ଏଭଳି ହୃଦୟବାନ ମଣିଷ ପାଇଁ ରାଜଧାନୀରେ ପ୍ରଶଂସାର ସୁଅ ଛୁଟିଛି। ଯାହାକି ନେଇ ବର୍ତ୍ତମାନ ଚାରିଆଡ଼େ ଚର୍ଚ୍ଚା ହୋଇଛି। ମଣିଷ ସେବା ହିଁ ମାଧବ ସେବାର ପରିଚୟ ଦେଇଛନ୍ତି ଡାକ୍ତର ଡାକ୍ତର ସାରଦା ପ୍ରସାଦ ମହାନ୍ତି।

ଶନିବାର ସକାଳ ୯ଟା ସମୟରେ ରଞ୍ଜନ ନାୟକ ନାମକ ଜଣେ ଯୁବକ ନିଜ ଭୁବେନଶ୍ୱରରୁ ଗାଁ’ ଗଞ୍ଜାମ ଅଭିମୂଖେ ଯାଉଥିଲେ। ହେଲେ ହଠାତ୍ ସିଆରପି ବାଟ ଦେଇ ଯାଉଥିବା ସମୟରେ ଫାୟାର ଷ୍ଟେସନ୍ ଠାରେ ଅଚେତ ହୋଇପଡ଼ିଥିଲେ। ଅଚେତ ଅବସ୍ଥାରେ ପଡ଼ିଥିବା ଦେଖି ଲୋକେ ୧୦୮କୁ ଫୋନ୍ କରିଥିଲେ।

ହେଲେ ଆମ୍ବୁଲାନ୍ସ ଆଣିବାରେ ଡ଼େରି ହୋଇଥିଲା। ସେହି ସମୟରେ ସେହିବାଟେ ଦେଇ ଡାକ୍ତର ମହାନ୍ତି ଯାଉଥିଲେ। ସେଠାରେ ଜଣେ ବ୍ୟକ୍ତି ଅଚେତ ହେବା ଦେଖି ଗାଡ଼ିରୁ ଓହ୍ଲାଇପଡ଼ିଥିଲେ। ତୁରନ୍ତ ତାହାର ପ୍ରାଥମିକ ଚିକିତ୍ସା କରି ନିଜ ଗାଡ଼ିରେ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ। ସେଠାରେ ଠିକ୍ ସମୟରେ ଚିକିତ୍ସା କାରଣରୁ ରଞ୍ଜନ ସୁସ୍ଥ ହୋଇଥିଲେ।