ରାଇରଙ୍ଗପୁର ଉପଖଣ୍ଡ କାରାଗାରରୁ ୧୬ ପଜିଟିଭ ଚିହ୍ନଟ

ବାରିପଦା,ଏନ୍ଏନ୍ଏସ୍: ମୟୂରଭଞ୍ଜ ଜିଲ୍ଲାକୁ ଫେରୁଛି କୋଭିଡ଼-୧୯ ଭୂତାଣୁ ସଂକ୍ରମଣର ଦ୍ୱିତୀୟ ଲହର । ଗତ ୫ ମାସପରେ ଆଜି ସର୍ବାଧିକ କରୋନା ପଜିଟିଭ କେଶ ସମ୍ମୁଖକୁ ଆସିଛି। ଚଳିତ ଏପ୍ରିଲ ପହିଲାଠାରୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଆଜି ଓଡ଼ିଶାରୁ ଚିହ୍ନଟ ହୋଇଥିବା ୧୨୮୨ କରୋନା ପଜିଟିଭ ମଧ୍ୟରୁ ମୟୂରଭଞ୍ଜ ଜିଲ୍ଲାରୁ ୫୨ ଜଣ କରୋନା ଆକ୍ରାନ୍ତ ରହିଛନ୍ତି। ଏହାକୁ ମିସାଇ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୧୪,୬୦୧ରେ ପହଁଞ୍ଚିଛି। ଆଜି ଚିହ୍ନଟ ହୋଇଥିବା କରୋନା ପଜିଟିଭମାନଙ୍କ ମଧ୍ୟରୁ ରାଇରଙ୍ଗପୁର ଉପଖଣ୍ଡ କାରାଗାରରୁ ୧୬ କଏଦୀ ରହିଛନ୍ତି। ଏମାନଙ୍କୁ କାରାଗାର ମଧ୍ୟରେ ସ୍ୱତନ୍ତ୍ର ଆଇସୋଲେସନ ମଧ୍ୟରେ ରଖାଯାଇଥିବା ଜଣାପଡ଼ିଛି। ସେହିପରି ଗତ ୯ ଦିନରେ ୧୭୬ ପଜିଟିଭ ଚିହ୍ନଟ ହୋଇଛନ୍ତି।