ଦିଲ୍ଲୀରେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀର ସମସ୍ତ ସ୍କୁଲ, କଲେଜ ବନ୍ଦ

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ କରୋନାର ଦ୍ୱିତୀୟ ଲହର ଚାଲିଥିବା ବେଳେ ଦିଲ୍ଲୀରେ ଚାଲିଛି କରୋନାର ଚତୁର୍ଥ ଲହର। ତେବେ ଦ୍ୱିତୀୟ ଓ ତୃତୀୟ ଲହର ଦିଲ୍ଲୀ ପାଇଁ ଏତେଟା ଚିନ୍ତା ଜନକ ନଥିଲେ ବି ଚତୁର୍ଥ ଲହର ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଦିଲ୍ଲୀରେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀର ସମସ୍ତ ଘରୋଇ ଏବଂ ସରକାରୀ ସ୍କୁଲ ଓ କଲେଜକୁ ଆଗାମୀ ଆଦେଶ ନ ଆସିବ ପର୍ଯ୍ୟନ୍ତ ବନ୍ଦ କରିବା ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରିୱାଲ୍ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।

ଦିଲ୍ଲୀ ଏମ୍ସ ହସ୍ପିଟାଲରୁ ଆଜି ବହୁ ଡାକ୍ତର ଓ ବିଭିନ୍ନ ଅଧିକାରୀ ମାନେ କରୋନା ପଜିଟିଭ ଚିହ୍ନଟ ହେବା ଓ ରାଜ୍ୟରେ ବଢୁଥିବା ସଂକ୍ରମଣର ମାତ୍ରାକୁ ଦୃଷ୍ଟିରେ ରଖି ସରକାର ସ୍କୁଲ ଓ କଲେଜ ବନ୍ଦ କରିବାକୁ ନିଷ୍ପତି ନେଇଛନ୍ତି।