କୋରାପୁଟ ଜିଲ୍ଲାରେ ଆଜି ରାତିରୁ କର୍ଫ୍ୟୁ

କୋରାପୁଟ,ଏନ୍ଏନ୍ଏସ୍: ପଡୋଶୀ ଛତିଶଗଡ଼ରେ ମହାମାରୀ କରୋନାର ଭୟାବହତା ଦୃଷ୍ଟିରୁ ଏବଂ କୋରାପୁଟ ଜିଲ୍ଲାରେ ଲଗାତାର କରୋନା ପଜିଟିଭ ଚିହ୍ନଟ ହେଉଥିବାରୁ ଜିଲ୍ଲାପାଳ ଅଦ୍ଦାଲ ଏମ୍ ଅଖତାର ସୋମବାର ରାତିରୁ କର୍ଫ୍ୟୁ ଜାରି କରିଛନ୍ତି। ରାତି୧୦ ଟାରୁ ସକାଳ ୫ଟା ଯାଏ କର୍ଫ୍ୟୁ ବଳବତ୍ତର ରହିବ ବୋଲି ଜଣାପଡିଛି। ଛତିଗଡ଼ରେ କରୋନାର ଦ୍ୱିତୀୟ ଲହରି ଯୋଗୁଁ ଆଙ୍କ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ରାଜ୍ୟର ଛତିଶଗଡ଼ ସୀମାବର୍ତ୍ତୀ ଜିଲ୍ଲା ଗୁଡିକରେ ରାଜ୍ୟ ସରକାରଙ୍କ ପକ୍ଷରୁ ରାତ୍ରକାଳୀନ କର୍ଫ୍ୟୁ ଜାରି କରାଯିବ ବୋଲି ନିଷ୍ପତି ହେବାପରେ କୋରାପୁଟ ଜିଲ୍ଲାରେ ଏହା ଲାଗୁ ହୋଇଛି।