ଅମୃତସର,ଏଜେନ୍ସି: ବିଏସଏଫ୍ ଯବାନ ଓ ପଞ୍ଜାବ ପୁଲିସର ମିଳିତ ଅପରେସନରେ ଅଟ୍ଟାରୀ ସୀମା ନିକଟରୁ ଅସ୍ତ୍ରଶସ୍ତ୍ର ଓ ଗୁଳି ଜବତ ହୋଇଛି। ତେବେ ଏହି ଅସ୍ତ୍ରଶସ୍ତ୍ର ପାକିସ୍ତାନ ଭାରତକୁ ପଠାଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ପାକିସ୍ଥାନ ସୀମାର ୧୦ ମିଟର ଦୂରରୁ ଏହି ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।
ଘଟଣାସ୍ଥଳରୁ ଗୁଳି ସହିତ ଗୋଟିଏ ଫାଲ-୨୨୨ ରାଇଫଲ, ଗୋଟିଏ ଏକେଏମ-୪୭ ରାଇଫଲ, ଗୋଟିଏ ୩୦୩ ବୋର୍ ଗନ୍ ସହିତ ଗୋଟିଏ ଚାଇନା ତିଆରି ପିସ୍ତଲ ଜବତ ହୋଇଛି। ପୁଲିସ ସୂଚନା ଅନୁସାରେ ଧାନୋଆ ନିକଟ ଅଟ୍ଟାରୀ ସୀମାନ୍ତ ଆଉଟପୋଷ୍ଟ ପୁଲମୋରାନ ଅଞ୍ଚଳରୁ ଏହି ଅସ୍ତ୍ରଶସ୍ତ୍ରକୁ ଭାରତକୁ ପଠାଯାଉଥିବା ଗୁଇନ୍ଦା ବିଭାଗ ତରଫରୁ ସୂଚନା ମିଳିଥିଲା। ପରେ ପୁଲିସ ଓ ବିଏସଏଫ୍ ମିଳିତ ଅପରେସନ ଆରମ୍ଭ କରିଥିଲେ। ଏଥିରେ କେଉଁ ମାନେ ସମ୍ପୃକ୍ତ ଅଛନ୍ତି ସେନେଇ ଅଧିକ ତଦନ୍ତ ଜାରି ରହିଛି।