ରିଆମାଳ,ଏନ୍ଏନ୍ଏସ୍: ରିଆମାଳ ବନବିଭାଗ ଜଙ୍ଗଲରେ ନିଆଁ ଲଗାଉଥିବା ଅଭିଯୋଗରେ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ପ୍ରାପ୍ତ ସୂଚନା ଅନୁସାରେ ରିଆମାଳ ବନାଞ୍ଚଳ ଅନ୍ତର୍ଗତ ତାରଙ୍ଗ ସଂରକ୍ଷିତ କିର୍ତନପାଲି ଗ୍ରାମ ଜଙ୍ଗଲରେ ନିଆଁ ଲାଗୁଥିବା ବେଳେ ଫରେଷ୍ଟର ତୁଷାର ରଞ୍ଜନ ପ୍ରଧାନ, ଫରେଷ୍ଟଗାର୍ଡ ମିନା ସାହୁ ସଦଳବଳେ ପହଞ୍ଚି ଥିଲେ।
ଘଟଣାସ୍ଥଳରୁ ବୁରବୁଡା ଗ୍ରାମର ଅଶୋକ ନାୟକ (୪୭)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା। କୋର୍ଟରେ ତାର ଜାମିନ ନା ମଞ୍ଜୁର ହୋଇଥିବା ଫରେଷ୍ଟର ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି।