ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ଥାନା ସ୍ୱାମ୍ ମୁଣ୍ଡା ସାହିରେ ଗଡ଼ିଆରେ ପଡି ଜଣେ ଦେଢ଼ ବର୍ଷର ଶିଶୁପୁତ୍ରର ମୃତ୍ୟୁ ଘଟିଛି। ମୃତ ଶିଶୁ ପୁତ୍ର ହେଲେ ଗ୍ରାମର ରାମ ମୁଣ୍ଡାଙ୍କ ଦେଢ଼ ବର୍ଷର ପୁଅ ତରଣୀ ମୁଣ୍ଡା। ସୂଚନା ଅନୁସାରେ ଘରେ କେହି ନଥିବା ବେଳେ ଶିଶୁପୁତ୍ରଟି ଘର ପଛପଟରେ ଥିବା ଗଡ଼ିଆରେ ପଡି ମୃତ୍ୟୁବରଣ କରିଛି।
ଘର ଲୋକେ ଖୋଜାଖୋଜି କରିବା ପରେ ଗଡ଼ିଆ ଭିତରେ ଶିଶୁଟି ପଡିଥିବା ଦେଖି ଉଦ୍ଧାର କରି ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଛନ୍ତି। ଶିଶୁପୁତ୍ରର ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।