ବଲାଙ୍ଗିର,ଏନ୍ଏନ୍ଏସ୍: ଆଜି ବଲାଙ୍ଗିର ଗାନ୍ଧି ଷ୍ଟାଡିୟମ ଠାରେ ଆୟୋଜିତ ଓସିଏ ଭିଜନ-୨୦୨୪ ସିନିୟର ଇଣ୍ଟ୍ରାକ୍ଲବ ସୁପରଲିଗ୍ କ୍ରିକେଟ ପ୍ରତିଯୋଗିତାରେ ନାଏକ କ୍ରିକେଟ ଏକାଡେମୀର(ଏ) ଦଳ ବିଜୟୀ ହୋଇଛି। ଆଜିର ପ୍ରତିଯୋଗିତା ନାଏକ ଏକାଡେମୀ ଓ ୟଙ୍ଗ ଷ୍ଟୁଡେ କ୍ରିକେଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ନାଏକ ଏକାଡେମୀ ଟସ୍ ଜିତି ପ୍ରଥମେ ବ୍ୟାଟିଂର ନିଷ୍ପତି ନେଇ ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ ହରାଇ ୨୬୬ ରନ୍ କରିଥିଲା। ଦଳ ପକ୍ଷରୁ କିସାନ ନାଏକ ସର୍ବାଧିକ ୯୨ ରନ୍, ସୁଭାଶିଷ ୬୯ ରନ୍ ଓ ମାନସ ରଞ୍ଜନ ଅପରାଜିତ ୫୮ ରନ୍ କରିଥିଲେ।
୨୬୭ ରନର ପିଛା କରି ୟଙ୍ଗ ଷ୍ଟୁଡେ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ ବିନିମୟରେ କେବଳ ୨୫୬ ରନ୍ କରିବାକୁ ସକ୍ଷମ ହୋଇଥିଲା। ଦଳ ପକ୍ଷରୁ ସନ୍ତୋଷ ମିଶ୍ର ସର୍ବାଧିକ ୭୨ ରନ ଓ ତନୁ ଶୁଭମ ୭୦ ରନ୍ କରିଥିଲେ। ନାଏକ ଏକାଡେମୀର କିସନ ନାଏକକୁ ତାଙ୍କର ବ୍ୟାଟିଂ ପ୍ରଦର୍ଶନ ପାଇଁ ଆଜିର ଶ୍ରେଷ୍ଠ ଖେଳାଳି ଘୋଷିତ କରାଯାଇଥିଲା। ଏହି ମ୍ୟାଚକୁ ଓସିଏ ମାନ୍ୟତା ପ୍ରାପ୍ତ ଅମ୍ପାୟାର ପୃଥ୍ୱୀରାଜ ମିଶ୍ର ଓ ସମୀର କୁମାର ପାଣିଗ୍ରାହୀ ପରିଚାଳନା କରିଥିବା ବେଳେ ଶୁଭମ ନାଏକ ଓ ସ୍ୱାଗତ ସ୍କୋରର ଦାୟିତ୍ୱ ତୁଲାଇଥିଲେ।