ଫର୍ସା ଟୋଟରେ ସ୍ତ୍ରୀ ଓ ଦୁଇ ଝିଅ ଆହତ

ଢେଙ୍କାନାଳ, ଏନ୍ଏନ୍ଏସ୍ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନାର ଡିମିରିଆ ଗାଁରେ ଘଟିଛି ଏକ ଅଭାନୀୟ ଘଟଣା। ସ୍ୱାମୀର ଫାର୍ସା ଚୋଟରେ ସ୍ତ୍ରୀ ଓ ଦୁଇ ଝିଅ ଗୁରୁତର ଆହତ ହୋଇଛନ୍ତି। ଆହତ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଥିବାର ସୂଚନା ମିଳିଛି । ଲକଡାଉନ ସମୟରେ ସ୍ୱାମୀ ବେରୋଜଗାର ହୋଇ ଘରେ ବସିଥିବା ବେଳେ ପରିବାର ପ୍ରତିପୋଷଣ ପାଇଁ ଅର୍ଥ ସମସ୍ୟା ଦେଖା ଦେଇଥିଲା। ଏ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବିଭିନ୍ନ ସମୟରେ ଝଗଡାଝାଟି ଲାଗିରହୁଥିଲା । ଆଜି ଝଗଡାରେ ଉତକ୍ଷିପ୍ତ ହୋଇ ସ୍ୱାମୀ ପ୍ରାଣବନ୍ଧୁ ରାଉତ ସ୍ତ୍ରୀ ଓ ଝିଅଙ୍କୁ ଫାର୍ସା ଦ୍ୱାରା ଆକ୍ରମଣ କରିଥିଲା। ବାପର ଏପରି ନୃସଂଶ କାଣ୍ଡରେ ଗୁରୁତର ଆହତ ସ୍ତ୍ରୀ ଓ ଝିଅ ଚିତ୍କାର କରିବାରୁ ଗ୍ରାମବାସୀ ମିଶି ବାପାକୁ କାବୁ କରି ପୋଲିସ୍ ଜିମା ଦେଇଥିବା ଜଣାପଡିଛି। ପ୍ରାଣବନ୍ଧୁ ରାଉତ ନାମକ ବ୍ୟକ୍ତି ଏପରି ନୃଶଂସ କାଣ୍ଡ ଘଟାଇଛନ୍ତି । ଗୁରୁତର ମାନେ ହେଲେ ପ୍ରାଣବନ୍ଧୁଙ୍କ ପତ୍ନୀ ମିନାକ୍ଷୀ ରାଉତ, ବଡଝିଅ ୨୩ ବର୍ଷର ଅଂଜଳି ରାଉତ ଓ ସାନଝିଅ ୧୫ ବର୍ଷର ମୋନାଲିସା ରାଉତ ବୋଲି ଜଣାପଡିଛି। ଆକ୍ରମଣ କରିବା ପରେ ଗ୍ରାମବାସୀ କାବୁ କରି ଘରେ ବନ୍ଦକରି ରଖିଥିବା ପ୍ରାଣବନ୍ଧୁଙ୍କୁ କାମାକ୍ଷାନଗର ପୁଲିସ ଗିରଫ କରିଥିଲା। ଆକ୍ରମଣରେ ବ୍ୟବହୃତ ଫାର୍ସାକୁ ମଧ୍ୟ ପୁଲିସ୍ ଜବତ କରି ତଦନ୍ତ ଆରମ୍ଭ କରିଛି।