Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ସର୍ବେଶ୍ୱର ବେହୁରାଙ୍କୁ ମରଣାନ୍ତକ ଆକ୍ରମଣ ପ୍ରସଙ୍ଗରେ ଧର୍ମଶାଳା ବିଧାୟକଙ୍କୁ ତଦନ୍ତ ପରିସରଭୃକ୍ତ କରାଯାଉ:ଭୃଗୁ ବକ୍ସିପାତ୍ର – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ସର୍ବେଶ୍ୱର ବେହୁରାଙ୍କୁ ମରଣାନ୍ତକ ଆକ୍ରମଣ ପ୍ରସଙ୍ଗରେ ଧର୍ମଶାଳା ବିଧାୟକଙ୍କୁ ତଦନ୍ତ ପରିସରଭୃକ୍ତ କରାଯାଉ:ଭୃଗୁ ବକ୍ସିପାତ୍ର

ଭୁବନେଶ୍ୱର : ଗତ ୨୦୧୭ ପଂଚାୟତ ନିର୍ବାଚନ ସମୟରୁ ଲଗାତାର ଭାବେ ଶାସକ ବିଜେଡିର ଗୁଣ୍ଡାମାନେ ବିଜେପି  ଦଳର ନେତା ଓ କର୍ମୀମାନଙ୍କୁ ରାଜନୈତିକ ହତ୍ୟା କରିଚାଲିଛନ୍ତି । ଓଡିଶାର ୧୭ ଜଣ ବିଜେପି କାର୍ଯ୍ୟକର୍ତାଙ୍କୁ ସରକାରୀ ଦଳର ପ୍ରରୋଚନାରେ ହତ୍ୟା କରାଯାଇଛି । ଆଉ ଏବେ ଯାଜପୁର ଜିଲ୍ଲା ବିଜେପିର ବରିଷ୍ଠ ନେତା ସର୍ବେଶ୍ୱର ବେହୁରାଙ୍କୁ ହତ୍ୟା କରିବା ପାଇଁ ବିଜେଡି ପ୍ରୟାସ କରିଥିଲା । ସରକାରୀ ଯୋଜନାରେ ଚାଲିଥିବା ବ୍ୟାପକ ଦୁର୍ନୀତିର ଖୁଲାସା ଏବଂ ବିଭିନ୍ନ ସରକାରୀ ବାବୁଙ୍କୁ ଭ୍ରଷ୍ଟାଚାରକୁ ସୂଚନା ଅଧିକାର ଆଇନ ବଳରେ
ସର୍ବେଶ୍ୱର ବାବୁ ଲୋକଲୋଚନକୁ ଆଣୁଥିବା ଯୋଗୁଁ ଧର୍ମଶାଳାର ବିଜେଡି ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ପ୍ରରୋଚନାରେ ବୋମାମାଡ
କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ଯାଜପୁର ଜିଲ୍ଲା ଇମାମ ନଗର ଗ୍ରାମ ପାଖରେ ବିଜେପିର ବରିଷ୍ଠ ନେତା ତଥା ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେହୁରାଙ୍କ ଗାଡି ଉପରକୁ କିଛି ଦୃବୁର୍ତ ବୋମା ମାଡ କରିଥିଲେ । ଏହି ବୋମମାଡ ଘଟଣାରେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ଏବଂ ଖଣି ମାଫିଆଙ୍କ ସଂପୃକ୍ତି ରହିଛି । ଶାସକ ଦଳର ନେତା ଓ କର୍ମୀମାନେ ସର୍ବେଶ୍ୱର ବେହୁରାଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା ବୋଲି ରାଜ୍ୟ ବିଜେପି ଉପସଭାପତି ଶ୍ରୀ ଭୃଗୁ ବକ୍ସିପାତ୍ର ଅଭିଯୋଗ କରିଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବକ୍ସିପାତ୍ର କହିଛନ୍ତି ଯେ, ଯାଜପୁର ଜିଲ୍ଲାରେ ଥିବା ଡଙ୍କାରୀ ପାହାଡରେ ହୋଇଥିବା କୋଟି କୋଟି ଟଙ୍କାର ଖଣି ଲୁଟ୍ ଦୁର୍ନୀତିର ତଦନ୍ତ ଦାବିରେ ସର୍ବେଶ୍ୱର ସାହୁ ସୁପ୍ରିମକୋର୍ଟ ଏବଂ ଏନଜିଟି ପାଖରେ ଦ୍ୱାରସ୍ଥ ହୋଇଥିଲେ । ଯାହାଫଳରେ ବେଆଇନ ଖଣି ଖନନ ଏବେ କମ୍ ରହିଛି । ବିଛାଖଣ୍ଡି ପାହାଡରେ ବେଆଇନ ଭାବେ ଖଣି ଖନନ, ଆରୁହା ପାହଡରେ ଚାଲିଥିବା ବେଆଇନ କଳାପଥର ଚୋରି, ସରକାରୀ ଅନୁମୋଦନ ନଥାଇ ବେଆଇନ ଭାବେ ଯାଜପୁର ଜିଲ୍ଲାରେ ଚାଲିଥିବା କ୍ରସର
ୟୁନିଟ ସ୍ଥାପନ, ଗତ ବନ୍ୟା ସମୟରେ କେଲୁଆ ନଦୀବନ୍ଧ ନିର୍ମାଣ ଦୁର୍ନୀତିକୁ ଚପେଇ ଦେବା ପାଇଁ ଡିନାମାଇଟ ଲଗାଇ ବନ୍ଧ ଭାଙ୍ଗିଦେବା ଆଦି ଘଟଣାର ତଦନ୍ତ ପାଇଁ ସର୍ବେଶ୍ୱର ବେହୁରା ଲୋକାୟୁକ୍ତଙ୍କ ପାଖରେ ଅଭିଯୋଗ କରିଛନ୍ତି । ଲୋକୟୁକ୍ତଙ୍କ ପାଖରେ ଉତର ନଥିବାରୁ କାରଣରୁ
ଯାଜପୁର ଜିଲ୍ଲାପାଳକୁ ବ୍ୟକ୍ତିଗତ ହାଜରା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସବୁଠାରୁ ବଡ ଘଟଣା ଗତ ବର୍ଷ କୋଭିଡ ଚାଲୁଥିବା ସମୟରେ କେଲୁଆ ନଦୀ ଉପରେ ଘାଇ ତିଆରି କରିବା ପାଇଁ ଡିନାମାଇଟ ଲଗାଇ ବିସ୍ପୋରଣ କରାଯିବା ଘଟଣାରେ ଧର୍ମଶାଳା ବିଧାୟକଙ୍କ ସଂପୃକ୍ତି ରହିଥିଲା ।
ଭିଜିଲାନ୍ସ ଏହି ଘଟଣାରେ ତଦନ୍ତ କରୁଛି । ସର୍ବେଶ୍ୱର ବାବୁଙ୍କ ଯୋଗୁଁ ଚଳିତ ମାସ ୧୪ ତାରିଖ ଦିନ ୫୦ ଲକ୍ଷ ଟଙ୍କାର ବିସ୍ପୋରକ ଡିନାମାଇଟ ସାମଗ୍ରୀ ପୋଲିସ ଜବତ କରିଥିଲା । ଯାଜପୁର ଜିଲ୍ଲାରେ ଥିବା ଖଣି ଖନନ କରିବା ପାଇଁ ଖଣି ମାଫିଆ ଓ ବିଜେଡି କର୍ମୀ ଯେପରି ଅପଚେଷ୍ଟା କରିଥିଲେ ତାହା ପର୍ଦ୍ଦାଫାଶ ହୋଇଥିଲା । ଯାଜପୁର ଜିଲ୍ଲାରେ ବିଭିନ୍ନ କେନ୍ଦ୍ରୀୟ ଯୋଜନାରେ ଚାଲିଥିବା ଦୁର୍ନୀତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା
ଏବଂ ପିଡିଏସ ଦୁର୍ନୀତି ବିରୁଦ୍ଧରେ ବିଜେପି ନେତା ସର୍ବେଶ୍ୱର ବେହୁରା ନିୟମିତ ଭାବେ ପ୍ରତିବାଦ କରିଆସୁଥିଲେ । ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ଓ ଖଣି ମାଫିଆମାନେ ଲୋକାୟୁକ୍ତରୁ କେସ ପ୍ରତ୍ୟାହାର କରିବା ପାଇଁ ସର୍ବେଶ୍ୱର ବେହୁରାଙ୍କୁ ଧମକ ଦେଇଆସୁଥିଲେ । ଗତକାଲି  ବିଧାୟକ ପ୍ରଣବ ବଳବନ୍ତ ରାୟ ଏବଂ ଖଣିମାଫିଆ ମାନେ ଷଡଯନ୍ତ୍ର କରି ବିଜେପି ନେତା ସର୍ବେଶ୍ୱର ସାହୁଙ୍କୁ ହତ୍ୟା ଉଦ୍ୟମ କରିବାର ଷଡଯନ୍ତ୍ର  କରିଛନ୍ତି ବୋଲି ତାଙ୍କ ପତ୍ନୀ ରିଲୁ ବେହୁରା ଥାନାରେ ଏତଲା ଦେଇଛନ୍ତି । ବିଗତ ୪/୫ ବର୍ଷର ଘଟଣାକୁ ଦେଖିଲେ ଲାଗୁଛି କି, ସଠିକ ବାଟରେ ତଦନ୍ତ ହେଉନଥିବାରୁ ତାଙ୍କ ଉପରେ ଆକ୍ରମଣ ହୋଇଛି । ସର୍ବେଶ୍ୱର ବେହୁରାଙ୍କ ଉପରେ ବିଗତ ୨/୩ ବର୍ଷ ତଳେ ମରଣାନ୍ତକ ଆକ୍ରମଣ
କରାଯାଇଥିଲା । କିନ୍ତୁ ତା ଉପରେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ । ରାଜ୍ୟ ସରକାର, ଗୃହ ବିଭାଗ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଦଳର ବିଧାୟକଙ୍କ ଉପରେ ଜଣେ ସୂଚନା ଅଧିକାରକର୍ମୀଙ୍କ ପତ୍ନୀ ବାରମ୍ବାର ଆକ୍ଷେପ କରିବା ପରେ ମୁଖ୍ୟମନ୍ତ୍ରୀ ଏ
ଦିଗରେ କୌଣସି ପଦକ୍ଷପେ ନନେବା ଦୁର୍ଭାଗ୍ୟଜନକ ।
ଓଡିଶାରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଛି । ମୟୁରଭଂଜରୁ ମାଲକାନଗିରି ଏବଂ ନୂଆପଡାରୁ ପୁରୀ ପର୍ଯ୍ୟନ୍ତ ବିଜେପି
କର୍ମୀ, ସୂଚନା ଅଧିକାର କର୍ମୀ ଏବଂ ସତ୍ୟ ଉନ୍ମୋଚନ କରୁଥିବା ସାଧାରଣ ଲୋକଙ୍କୁ ମରଣାନ୍ତକ ଆକ୍ରମଣ ଏବଂ ହତ୍ୟା କରାଯାଉଛି । ବିଜେପି  କାର୍ଯ୍ୟକର୍ତାଙ୍କ ଉପରେ ବାରମ୍ବାର ଆକ୍ରମଣ ଏବଂ ହତ୍ୟା କରାଯାଉଛି । ସର୍ବେଶ୍ୱର ବେହୁରାଙ୍କ ଉପରେ ହୋଇଥିବା ବୋମମାଡ ଘଟଣାର ତଦନ୍ତ ହେଉ । ମୁଖ୍ୟମନ୍ତ୍ରୀ ନିଜେ ତଦନ୍ତରେ ହସ୍ତକ୍ଷେପ କରି ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ସର୍ବେଶ୍ୱରଙ୍କ ପତ୍ନୀଙ୍କ ଅଭିଯୋଗ
ଅନୁଯାୟୀ ଏହି ମରଣାନ୍ତକ ଆକ୍ରମଣରେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ସଂପୃକ୍ତି ଥିବାରୁ ତାଙ୍କୁ ତଦନ୍ତ ପରିସରଭୃକ୍ତ କରାଯାଉ । ଖଣି ମାଫିଆ ଏବଂ ଏହି ଘଟଣାରେ ସଂପୃକ୍ତ ସମସ୍ତ ଆସାମୀଙ୍କୁ ତୁରନ୍ତ ଗିରଫ ନକରାଗଲେ ରାଜ୍ୟ ସମେତ ଯାଜପୁର ଜିଲ୍ଲାରେ ବ୍ୟାପକ  ଜନଆନ୍ଦୋଳନ କରାଯିବ ବୋଲି ଶ୍ରୀ ବକ୍ସିିପାତ୍ର ଚେତେବନୀ ଦେଇଛନ୍ତି ।
ଆଜି ସକାଳେ କଟକର ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ସର୍ବେଶ୍ୱର ବେହୁରାଙ୍କୁ ରାଜ୍ୟ ସଭାପତି ଶ୍ରୀ ସମୀର
ମହାନ୍ତିଙ୍କ ସମେତ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର, ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର  ପ୍ରମୁଖ ସର୍ବେଶ୍ୱର ବେହୁରାଙ୍କ ଭେଟିବା ସହ ଆଶୁ ଆରୋଗ୍ୟ କାମନା କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ବିରଂଚୀ ନାରାୟଣ ତ୍ରିପାଠୀ, ଯାଜପୁର ଜିଲ୍ଲା ସଭାପତି ଗୌତମ ରାୟ, ରାଜ୍ୟ
କାର୍ଯ୍ୟକାରିଣୀ ସଦସ୍ୟ ରମେଶ ପରିଡା, ପବିତ୍ର ମୋହନ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।