ନୂଆଦିଲ୍ଲୀ,ଏଜେନ୍ସି: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାଂଲଦେଶ ଗସ୍ତର ଅନ୍ତିମ ଦିବସରେ ସେ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସହିତ ୫ଟି ଏମଓୟୁ ସ୍ୱାକ୍ଷରିତ କରିଛନ୍ତି। ଏହି ଏମଓୟୁରେ ସଂଯୋଗୀକରଣ, ଶକ୍ତି, ବାଣିଜ୍ୟ, ସ୍ୱାସ୍ଥ୍ୟ ସହିତ ବିକାଶମୂଳକ ସହଯୋଗ ପାଇଁ ଚୁକ୍ତି ହୋଇଛି।
କରୋନା ମହାମାରୀ ଆରମ୍ଭ ପରେ ଏହା ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ବିଦେଶ ଗସ୍ତ। ଦୁଇ ଦେଶ ମଧ୍ୟରେ ସମ୍ବନ୍ଧକୁ ସୁଦୃଢ଼ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସିଧା ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ସାକ୍ଷାତ କରିଥିଲେ। ଏନେଇ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ୍ ବାଗଚୀ ସୂଚନା ଦେଇଛନ୍ତି।