ଝାରସୁଗୁଡ଼ା ଇଞ୍ଜିନିୟରିଂ ସ୍କୁଲରୁ ୨୧ ପଜିଟିଭ ଚିହ୍ନଟ

ଝାରସୁଗୁଡା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଇଞ୍ଜିନିୟରିଂ ସ୍କୁଲରୁ ୨୧ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୧୩ଜଣ ଷ୍ଟାଫ ଓ ୮ଜଣ ଛାତ୍ରଛାତ୍ରୀ ରହିଥିବା ଜଣାପଡ଼ିଛି। ସେଥିପାଇଁ ଝାରସୁଗୁଡ଼ା ତହସିଲଦାର ଦିଲ୍ଲୀପ ପ୍ରଧାନ, ପୌରପରିଷଦ ଅଧିକାରୀ ଯୋଗେନ୍ଦ୍ର ମାଝୀ ଓ ମେଡିକାଲ ଦଳ ଇଞ୍ଜିନିୟରିଂ ସ୍କୁଲକୁ ଯାଇ ସ୍ଥିତି ପରିଖିଛନ୍ତି। ପଜିଟିଭ ଚିହ୍ନଟ ହୋଇଥିବା ସମସ୍ତଙ୍କୁ ହୋଷ୍ଟେଲରେ ଆଇସୋଲେସନରେ ରଖାଯିବା ସହ ତାଙ୍କର କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ କରାଯାଇଛି। ଅନ୍ୟପଟେ କଲେଜ ଓ ହୋଷ୍ଟେଲକୁ ସାନିଟାଇଜ କରାଯାଇଛି। କିନ୍ତୁ ଏନେଇ କୌଣସି ଉଚ୍ଚପଦସ୍ଥ ଅଧିକାରୀ ସ୍ପଷ୍ଟ କରିନାହାନ୍ତି।