ଝାରସୁଗୁଡ଼ା,ଏନ୍ଏନ୍ଏସ୍: ବ୍ରଜରାଜନଗର ଓରିଏଣ୍ଟ ଥାନା ଅନ୍ତର୍ଗତ ମହାବିରନଗର ନାଳ ପାଖରେ ଥିବା ଏକ ଗଛରୁ ଜଣେ ଯୁବକଙ୍କ ମୃତଦେହ ପୁଲିସ ଉଦ୍ଧାର କରିଛି। ଯୁବକ ଜଣକ ବ୍ରଜରାଜନଗର ଅଞ୍ଚଳର ଶିବ ପ୍ରସାଦ ଲାଲୁ( ୪୫) ବୋଲି ପୁଲିସ ସୂଚନା ଦେଇଛି। ମିଳିଥିବା ରିପୋର୍ଟ ମୁତାବିକ, ଏକ ଅଜଣା ମୃତଦେହ ମହାବୀରନଗର ନାଳ ପାଖରେ ଝୁଲୁଥିବା ସ୍ଥାନୀୟ ଲୋକେ ଦେଖି ପୁଲିସକୁ ଖବର ଦେଇଥିଲେ। ପରେ ଓରିଏଣ୍ଟ ଥାନାଧିକାରୀ ବୈକୁଣ୍ଠ ବିହାରି ସେଠ, ସାଇଣ୍ଟିଫିକ ଟିମ୍ ଓ ପୁଲିସ ଦଳ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବେଛଦ ପାଇଁ ପଠାଇଛନ୍ତି। ଏହାସହ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ସଠିକ କାରଣ ଜଣାପଡ଼ିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।
ପ୍ରକଶଯୋଗ୍ୟ, ଶିବ ପ୍ରଥମେ ମହାବିରନଗର ଓ ପରେ ଗୁଆଲାପଡ଼ାରେ ରହୁଥିଲେ। ସେ ଗତକାଲି ରାତିରେ ପରିବାର ଲୋକଙ୍କ ସହ ଝଗଡ଼ା କରି ଘରୁ ବାହାରି ଯାଇଥିବା ପରିବାର ଲୋକେ କହିଛନ୍ତି।