ଜ୍ୟୋତିପୁର ଗ୍ରାମରେ ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ସଉତୁଣୀ ଗିରଫ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ବାରିଆ ଥାନା ଜ୍ୟୋତିପୁର ଗ୍ରାମର ନାଏକ ସାହିର ସବିତା ନାଏକଙ୍କ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ସଉତୁଣୀ ପୂଜା ନାଏକକୁ ବାରିଆ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗତ ୨୦ ତାରିଖ ରାତିରେ ସବିତା ଘରେ ଶୋଇଥିବା ବେଳେ ଅତି ଅମାନୁଷିକ ଭାବରେ ପୂଜା ସବିତାଙ୍କ ମୁହଁରେ କମଳ ଚାପି ଶ୍ୱାସରୁଦ୍ଧ କରି ହତ୍ୟା କରିଥିଲା। ପରେ ଘଟଣାସ୍ଥଳରୁ ପଳାଇଯାଇଥିଲା।

ଦୀର୍ଘ ସମୟ ଧରି ସବିତାଙ୍କ ଘର କବାଟ ନଖୋଲିବାରୁ ଗ୍ରାମବାସୀ ପୁଲିସକୁ ଖବର ଦେଇଥିଲେ। ଖବରପାଇ ପୁଲିସ ପହଞ୍ଚି ଘର ଭିତରକୁ ଯାଇ ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଥିଲା। ଏଥିସହିତ ପୁଲିସ ତଦନ୍ତ କରି ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି। ସୂଚନା ଅନୁସାରେ ସନୁ ନାଏକ ପୂର୍ବରୁ ପୂଜାଙ୍କୁ ବିବାହ କରି ପୁର୍ନବାର ସବିତାଙ୍କୁ ବିବାହ କରିଥିଲେ। ଏଥିରେ ପୂଜା ଉତ୍‌କ୍ଷିପ୍ତ ହୋଇ ସବିତାଙ୍କୁ ହତ୍ୟା କରିଥିବା ପୁଲିସ ସୂଚନା ଦେଇଛି।