ଝାରସୁଗୁଡ଼ା,ଏନ୍ଏନ୍ଏସ୍: ୪୯ ନଂ ଜାତୀୟ ରାଜପଥ ବେଲପାହାଡ଼ ଓଭରବ୍ରିଜ ନିକଟରେ ଏକ ଚଳନ୍ତା ଟେମ୍ପୋରେ ହଠାତ ନିଆଁ ଲାଗି ଗାଡ଼ିଟି ପୋଡ଼ି ଯାଇଛି। ତେବେ ଗାଡିରେ ନିଆଁ ଲାଗିବା ପରେ ଡ୍ରାଇଭର ଜଣଙ୍କ ତୁରନ୍ତ ଗାଡିରୁ ଓହ୍ଲାଇ ପଡ଼ିଥିଲେ। ଖବର ପାଇ ଟିଆରଏଲ କ୍ରୋସକିର ଦମକଳ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାରୁ ଏକ ବଡ ଧରଣର ବିପଦ ଟଳିଯାଇଛି। ଟେମ୍ପୋଟି ଚାରଭାଟିର ଆନନ୍ଦ କୁମାର ପ୍ରଧାନଙ୍କ ହୋଇଥିବାବେଳେ ଏହା ଆଜି ସକାଳେ ଗାନ୍ଧିଛକ ପଟୁ ଲଖନପୁର ପଟକୁ ଯାଉଥିଲା। ତେବେ ସର୍ଟସର୍କିଟ ଯୋଗୁଁ ବେଲପାହାଡ଼ ଓଭରବ୍ରିଜ ନିକଟରେ ହଠାତ ଗାଡିରେ ନିଆଁ ଲାଗିଯାଇଥିଲା।