ଦିଲ୍ଲୀର ସିନେମା ହଲ, ମଲ୍, ମେଟ୍ରୋ ଓ ଧର୍ମାନୁଷ୍ଠାନକୁ ସୁପରସ୍ପ୍ରେଡର ଆଖ୍ୟା

ନୂଆଦିଲ୍ଲୀ,ଏଜେନ୍ସି: ଦିଲ୍ଲୀରେ ବଢ଼ୁଥିବା ସଂକ୍ରମଣକୁ ନଜରରେ ରଖି ସିନେମା ହଲ, ମଲ୍, ମେଟ୍ରୋ ଓ ଧର୍ମାନୁଷ୍ଠାନ ଗୁଡ଼ିକୁ ସୁପରସ୍ପ୍ରେଡର ଆଖ୍ୟା ଦିଆଯାଇଛି। ଏହି ସ୍ଥାନମାନଙ୍କରେ ସର୍ଭିଲାନ୍ସ ବଢ଼ାଇବା ସହ ଲୋକଙ୍କୁ ସଚେତନ କରାଇବା ପାଇଁ ଜିଲ୍ଲାପାଳମାନଙ୍କୁ ଦିଲ୍ଲୀ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ଏଥିସହିତ ବିମାନ ବନ୍ଦର, ରେଳ ଷ୍ଟେସନ୍, ବସ୍ ଷ୍ଟାଣ୍ଟ ଗୁଡ଼ିକରେ ଦୈନିକ କୋଭିଡ ଟେଷ୍ଟ ସଂଖ୍ୟା ବଢ଼ାଇବା ଓ ସର୍ବସାଧାରଣ ସ୍ଥାନ ଗୁଡ଼ିକରେ କୋଭିଡ ଗାଇଡ ଲାଇନକୁ କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି।
ସୂଚନା ଅନୁସାରେ ଗତକାଲି ସୁଦ୍ଧା ଦିଲ୍ଲୀରୁ ୧୧୦୧ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪ ଜଣଙ୍କ ମୃତ୍ୟୁ ହୋଇଛି।