ଯବାନଙ୍କ ବସକୁ ବିସ୍ଫୋରଣରେ ଉଡ଼ାଇଲେ ନକ୍ସଲବାଦୀ: ୩ ଯବାନ ସହିଦ

ଛତିଶଗଡ଼: ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ଯବାନଙ୍କ ଏକ ବସରେ ବିସ୍ଫୋରଣ ଘଟାଇ ନକ୍ସଲବାଦୀମାନେ ଉଡ଼ାଇ ଦେଇଛନ୍ତି। ଫଳରେ ଛତିଶଗଡ଼ ପୁଲିସର ୩ଜଣ ଯବାନ ସହିଦ ହୋଇଛନ୍ତି। ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ, ଲଗାତାର ୩ଟି ଆଇଡୀ ବ୍ଲାଷ୍ଟ ହୋଇଛି।

ଛତିଶଗଡ଼ ଡିଜୀପୀ ଡିଏମ୍ ଅଶ୍ୱସ୍ଥୀ କହିଛନ୍ତି ଯେ, ଛତିଶଗଡ଼ର ନକ୍ସଲ ପ୍ରଭାବିତ ଅଞ୍ଚଳ ନାରାୟଣପୁରରେ ସୁରକ୍ଷାକର୍ମୀଙ୍କ ଏକ ବସକୁ ନକ୍ସଲମାନେ ବିସ୍ଫୋରଣରେ ଉଡ଼ାଇ ଦେଇଛନ୍ତି। ଘଟଣାରେ ୩ଜଣ ଯବାନ ସହିଦ ହୋଇଥିବାବେଳେ ଆଉ କେତେ ଜଣ ଆହତ ହୋଇଛନ୍ତି।