ହଳଦୀ ଜଙ୍ଗଲରେ ପୁଣି କଲରାପତରିଆ ବାଘ

ନୂଆପଡ଼ା,ଏନ୍ଏନ୍ଏସ୍: ନୂଆପଡ଼ା ଜିଲ୍ଲା ହଳଦୀ ଗାଁ ଜଙ୍ଗଲରେ ପୁଣି କଲରାପତରିଆ ବାଘ ଦେଖିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସୋମବାର ସନ୍ଧ୍ୟାରେ ଖରିଆର ରୋଡ ରେଞ୍ଜ ହଳଦୀ ଗାଁ ଜଙ୍ଗଲସ୍ଥିତ ଶୀତଲା ମନ୍ଦିର ପାଖ ଚଟାଣ ଉପରେ ଗୋଟିଏ ବାଘ ବୁଲୁଥିବା ଗ୍ରାମବାସୀ ଦେଖିଛନ୍ତି। ନୂଆପଡ଼ା ଓ ଖରିଆର ରୋଡ଼ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ଭୟଭୀତ ନହେବାକୁ ପରାମର୍ଶ ଦେଇଛି। ବନବିଭାଗ କର୍ମଚାରୀ ହଳଦୀ ଜଙ୍ଗର ଚାରିପଟେ ପଇଁତରା ମାରୁଛନ୍ତି। ଏନେଇ ଖରିଆର ରୋଡ଼ ରେଞ୍ଜର ନିରଞ୍ଜନ ମାଝୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଗ୍ରାମାବସୀ ବାଘକୁ ଦେଖିଛନ୍ତି। ହେଲେ ବନ ବିଭାଗ ବାଘକୁ ଦେଖି ନାହିଁ। ବିଭାଗର କର୍ମଚାରୀମାନେ ଜଗି ରହିଛନ୍ତି ।