ଏପ୍ରିଲରୁ ୪୫ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତଙ୍କୁ ଦିଆଯିବ ଟିକା

ନୂଆଦିଲ୍ଲୀ: ଅନେକ ରାଜ୍ୟରେ କରୋନା ମାମଲା ବଢ଼ି ଚାଲିଥିବାରୁ ମୋଦୀ ସରକାର ଟିକାକରଣକୁ ନେଇ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ପଦକ୍ଷେପସ୍ୱରୂପ,ଏବେ ଦେଶରେ ଏପ୍ରିଲ ମାସରୁ ୪୫ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତଙ୍କୁ କରୋନା ଟିକା ଦିଆଯିବ। ଏନେଇ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ସୂଚନା ଦେଇଛନ୍ତି। ଏଥିସହିତ ତୁରନ୍ତ ପଞ୍ଜିକରଣ କରି ଟିକା ନେବାକୁ ଜାଭଡେକର ଅନୁରୋଧ କରିଛନ୍ତି।

ଜାଭଡେକର କହିଛନ୍ତି ଯେ, ଦେଶରେ ଭରପୁର ମାତ୍ରାରେ ଟିକା ଉପଲବ୍ଧ ରହିଛି। କରୋନାରୁ ରକ୍ଷା ପାଇବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯଥାସମ୍ଭବ ଚେଷ୍ଟା ଚଲାଇଛନ୍ତି। ଆଉ କରୋନାରୁ ମୁକ୍ତି ପାଇବା ପାଇଁ ଭ୍ୟାକ୍ସିନ ସବୁଠୁ ଉଚିତ ଉପାୟ।